ନନ୍ଦନକାନନରେ ‘ବାହୁବଳୀ’ ! ମହାବଳ ବାଘର ନାଁ ରଖିଲେ ମନ୍ତ୍ରୀ ବିଜୟଶ୍ରୀ

26

କନକ ବ୍ୟୁରୋ : ନନ୍ଦନକାନନରେ ବାହୁବଳୀ । ସିନେମା ‘ବାହୁବଳୀ’ର କ୍ରେଜ ଥିବା ବେଳେ ଏଠାରେ ଜନ୍ମ ହୋଇଥିବା ଗୋଟିଏ ମହାବଳ ବାଘ ଛୁଆର ନାଁ ରଖାଯାଇଛି ବାହୁବଳୀ । ଜଙ୍ଗଲ ବିଭାଗ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ନନ୍ଦନକାନନ ପରିଦର୍ଶନ କରି ୨୦୧୬ ମସିହାରେ ଜନ୍ମିତ ୭ଟି ବାଘ ଛୁଆଙ୍କର ନାମ କରଣ କରିଛନ୍ତି ।

ମହାବଳ ରୋଷନ ଓ ବାଘୁଣୀ ବିଜୟାଙ୍କ ଜନ୍ମିତ ଛୁଆ ଦୁଇଟିଙ୍କ ନାମ ଆଦ୍ୟାଶା ଓ ସାହିଲ ରଖାଯାଇଛି । ମେଘା ବାଘୁଣୀ ଛୁଆଙ୍କର ନାମ ବାହୁବଳୀ ଓ କୁନ୍ଦନ ରଖାଯାଇଛି । ସେହିପରି ବାଘ ମନିଷ ଓ ବାଘୁଣୀ ସ୍ନେହାଙ୍କ ଜନ୍ମିତ ଛୁଆଙ୍କ ନାମ ମୌସୁମୀ, ଚିନୁ ଓ ଭିକି ରଖାଯାଇଛି । ସମସ୍ତ ବାଘ ଛୁଆ ସୁସ୍ଥ ଥିବା ନନ୍ଦନକାନନ ନିର୍ଦ୍ଦେଶକ କହିଛନ୍ତି ।