ମୁମ୍ବାଇରେ ଆତଙ୍କବାଦୀ ! ଆରମ୍ଭ ହେଲା ବଡ ଧରଣର ସର୍ଚ୍ଚ ଅପରେସନ୍

24

କନକ ବ୍ୟୁରୋ : ଉରି ଆତଙ୍କବାଦୀ ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଏବେ ମୁମ୍ବାଇରେ ସନ୍ଦିଗ୍ଧ ବ୍ୟକ୍ତି ନଜର ଆସିବା ଖବର ସାମ୍ନାକୁ ଆସିଛି । ୪ରୁ ୫ଜଣ ସନ୍ଦିଗ୍ଧ ବ୍ୟକ୍ତି ଅସ୍ତ୍ରଶସ୍ତ୍ର ଧରି ଉରଣ ନାଭାଲ ବେସ୍ ନିକଟରେ ଦେଖାଯିବା ପରେ ଜୋରଦାର ହୋଇଛି ସର୍ଚ୍ଚ ଅପରେସନ୍ ।

ସକାଳ ପ୍ରାୟ ୭ଟା ବେଳେ କିଛି ସ୍କୁଲ ଛାତ୍ରଛାତ୍ରୀ ଉରଣ ନାଭାଲ ବେସ୍ ନିକଟରେ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଥିଲେ । ସେମାନଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଥିବାରୁ ସ୍କୁଲ ପିଲାମାନେ ଘଟଣା ସଂପର୍କରେ ସ୍କୁଲର ପ୍ରିନ୍ସିପାଲଙ୍କୁ ସୂଚନା ଦେଇଥିଲେ । ସ୍କୁଲ କର୍ତୃପକ୍ଷ ପୁଲିସଙ୍କୁ ଘଟଣା ସଂପର୍କରେ ସୂଚନା ଦେବା ପରେ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ୍।

ମୁମ୍ବାଇଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ରହିଛି ଏହି ନାଭାଲ ବେସ୍ । ଯେଉଁଠାରେ ସ୍କୁଲ ଛାତ୍ରଛାତ୍ରୀମାନେ ଏହି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଥିଲେ । ଘଟଣା ସଂପର୍କରେ ଗୁଇନ୍ଦା ବିଭାଗ ତଥ୍ୟ ଯାଂଚ୍ କରୁଥିବାବେଳେ କୌଣସି ଅଘଟଣକୁ ଏଡାଇବା ଲକ୍ଷ୍ୟରେ ଛାନଭିନ୍ ଜାରିରହିଛି ।

ଉରି ଆକ୍ରମଣ ପରେ ଦେଶର ପ୍ରମୁଖ ସହରଗୁଡ଼ିକରେ ଆଲର୍ଟ ଜାରି ହୋଇଥିବା ବେଳେ ମୁମ୍ବାଇ ନିକଟ ଉରଣ ନାଭାଲ ବେସ୍ ନିକଟରେ ସନ୍ଦିଗ୍ଧ ନଜର ଆସିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।