ଜେଲ କାଂଥ ଡେଇଁ ଚମ୍ପଟ ମାରିଲେ ଆତଙ୍କବାଦୀ : ରାଉରକେଲାରୁ ଧରା ପଡ଼ିଥିଲେ ୪ ଜଣ

41

କନକ ବ୍ୟୁରୋ : ଜେଲରେ ସୁରକ୍ଷାକର୍ମୀଙ୍କୁ ହତ୍ୟାକରି ଚମ୍ପଟ ମାରିଲେ ସିମି ଆତଙ୍କବାଦୀ । ଏମାନେ ଦେଶଦ୍ରୋହ ମାମଲାରେ ଗିରଫ ହୋଇ ଜେଲରେ ଥିଲେ । ଏମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗତ ଫେବୃୟାରୀ ୧୬ ତାରିଖ ରାତିରେ ରାଉରକେଲାରୁ ଗିରଫ କରାଯାଇଥିଲା । ରାଉରକେଲା ପୁଲିସ ସହାୟତାରେ ତେଲେଙ୍ଗାନା ପୁଲିସ ନାଲା ରୋଡର ଏକ ଭଡା ଘରୁ ଗିରଫ କରିଥିଲା ।

ଏମାନେ ୨୦୧୩ରେ ଖଣ୍ଡୱା ଜେଲରେ ୨ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଏମାନେ ୫ଟି ରାଜ୍ୟରେ ୧୭ରୁ ଅଧିକ ମାମଲାରେ ଥିଲେ ସଂପୃକ୍ତ । ସୁନ୍ଦରଗଡ଼ ଜିଲ୍ଲାର ଏକ ବ୍ୟାଙ୍କ ଡକାୟତି ମାମଲାରେ ମଧ୍ୟ ସାମିଲ ଥିଲେ । ତାମିଲନାଡୁ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଉତର ପ୍ରଦେଶ ଓ ମହାରାଷ୍ଟ୍ରରେ ବିସ୍ଫୋରଣ, ପୁଲିସଙ୍କୁ ହତ୍ୟା ଓ ଅନ୍ୟାନ୍ୟ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଛନ୍ତି ।