ନିଆଁକୁ ନେଇ ଉଠିଛି ନୈତିକତାର ପ୍ରଶ୍ନ: ସମ୍ ଗଣମୃତ୍ୟୁ ମାମଲାରେ ଜୋର୍ ଧରିଛି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

40

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନିଆଁକୁ ନେଇ ଉଠିଛି ନୈତିକତାର ପ୍ରଶ୍ନ । ସମ୍ ଗଣମୃତ୍ୟୁ ମାମଲାରେ ଜୋର୍ ଧରିଛି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି । ଫାୟାର ସେଫଟି ସାର୍ଟିଫିକେଟ୍ ନଥାଇ କେମିତି ଚାଲିଥିଲା ସମ୍ ହସ୍ପିଟାଲ, ସେ ନେଇ ଚର୍ଚ୍ଚା ଜୋର ଧରିଛି । ସମ୍ ଘଟଣାରେ ଭୁବନେଶ୍ୱର ଓ ପୁରୀରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ବିରୋଧ କରିଥିଲା ବିଜେପି । ପୁରୀରେ  ବିଜେପିର ନଗର ଯୁବମୋର୍ଚ୍ଚା ପକ୍ଷରୁ ଅତନୁଙ୍କ କୁଶ ପୁତଳିକା ଦାହ କରାଯାଇଛି । ସହରର ଟାଉନ୍ ଥାନା ଛକରେ ଅତନୁ ବିରୋଧୀ ସ୍ଲୋଗାନ ଦେବା ସହ ତାଙ୍କ ଇସ୍ତଫା ଦାବି କରିଛନ୍ତି କର୍ମକର୍ତାମାନେ ।