ସରକାରୀ ବିଦ୍ୟାଳୟରେ କମୁଛି ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ ହାର : ପିଲାମାନଙ୍କୁ ସ୍କୁଲ ଆଣିବାପାଇଁ ଶିକ୍ଷକମାନଙ୍କୁ କହିଲେ ସରକାର

46

କନକ ବ୍ୟୁରୋ : ରାଜ୍ୟ ସରକାର ପିଲାମାନଙ୍କ ପାଠ ପଢିବା ପାଇଁ ଅନେକ ଯୋଜନା କରୁଛନ୍ତି । ଯେଉଂଥିରେ କି ପିଲାମାନେ ପାଠପଢିବା ପାଇଁ ଆଗ୍ରହ ହେବା ସହ ଭଲରେ ପାଠ ପଢିବେ । ତେଣୁ ସରକାର ଅନେକ ଯୋଜନା କରୁଛନ୍ତି । ହେଲେ ସେହି ଯୋଜନା କେତେ ପରିମାଣରେ କାର୍ଯ୍ୟକାରୀ ହେଉଛି ତାହା ଦେଖିବା ପାଇଁ କୈାଣସି ଅଧିକାରୀଙ୍କ ପାଖରେ ସମୟ ନାହିଁ । ମଧ୍ୟାହ୍ନ ଭୋଜନ, ମାଗଣା ବହି, ପୋଷାକ, ସାଇକଲ ବି ଛାତ୍ରଛାତ୍ରୀଙ୍କୁ ଏବେ ଟାଣି ପାରୁନି ସରକାରୀ ସ୍କୁଲକୁ। ସହରର ବିଭିନ୍ନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ କମ ଉପସ୍ଥାନ ସରକାରୀ ଶିକ୍ଷା ବ୍ୟବସ୍ଥାର ଅସଲ ଛବି କୁ ଦେଖାଇପାରୁଛି । ପିଲା ସଂଖ୍ୟା କମ୍‌ ପାଇଁ ଗତ ଶିକ୍ଷା ବର୍ଷରେ ୪ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଥିବା ବେଳେ ଏ ବର୍ଷ ୩ଟି ସ୍କୁଲରେ ତାଲା ପଡ଼ିଛି।

ସ୍କୁଲକୁ ବଞ୍ଚାଇ ରଖିବା ପାଇଁ କେଉଁଠି ସଂଖ୍ୟାକୁ ୨୫, ତ ପୁଣି କେଉଁଠି ୩୫ଦର୍ଶାଯାଉଛି। ସେହିପରି ଶ୍ରେଣୀ ଦୃଷ୍ଟିରୁ ଗୋଟିଏ ଗୋଟିଏ ଶ୍ରେଣୀରେ ଆଦୌ ପିଲା ନଥିବା ଜଣାପଡ଼ିଛି। ଗତବର୍ଷ ୧୫ରୁ କମ୍‌ ପିଲା ଥିବା ସ୍କୁଲକୁ କ୍ଲୋଜର ସ୍କୁଲ ଦର୍ଶାଇ ସରକାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଦୃଷ୍ଟିରୁ ୨୦୧୭-୧୮ଶିକ୍ଷା ବର୍ଷରେ କଟକ ସହରର ୪ଟି ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଇଥିଲା। ଚଳିତ ଶିକ୍ଷାବର୍ଷ(୨୦୧୮-୧୯)ରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖାଯାଉଛି। ସରକାରଙ୍କ ନିୟମ ଅନୁସାରେ ୧୦ରୁ କମ୍‌ ପିଲା ଥିବା ବିଦ୍ୟାଳୟ ସ୍କୁଲ ପରିଚାଳନା କମିଟି(ଏସ୍‌ଏମ୍‌ସି) ଗଠନ କରିପାରିବେ ନାହିଁ କି କିଛି ପଇସା ଖର୍ଚ କରିପାରିବେ ନାହିଁ। ସରକାର ବିଭିନ୍ନ ସମୟରେ କର୍ମଚାରୀଙ୍କୁ ବିଦ୍ୟାଳୟକୁ ଯିବା ସହ ସେଠାରେ କିପରି ଭାବରେ ପାଠ ପଢାଯାଉଛି ତାହା ଉପରେ ଦୃଷ୍ଟି ରଖବା ପାଇଁ କୁହାଯାଇଛି । ହେଲେ କୈାଣସି ଲାଭ ମିଳିନାହିଁ । ବର୍ତ୍ତମାନ ସମୟରେ ବି ଅନେକ ପିଲା ପାଠ ପଢିବାରୁ ବଞ୍ଚିତ ହୋଇଛନ୍ତି । ଏପଟେ ସରକାର ଶିକ୍ଷକମାନଙ୍କୁ କିପରି ଭାବରେ ସ୍କୁଲକୁ ପିଲାମାନେ ଆସିବେ ସେନେଇ ପଦକ୍ଷେପ ନେବା ପାଇଂ ସରକାର କହିଥିବା ଜଣାପଡିଛି ।