ଆକାଶରେ ଉଡିବା ବେଳେ ବିମାନ ସହ ଧକ୍କା ଖାଇଲା ପକ୍ଷୀ !  କଲିକତା ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ବିମାନ

1,344
କନକ ବ୍ୟୁରୋ : ଗୁରୁବାର ଦିନ ଡିବ୍ରୁଗଡ଼ରୁ ଆସୁଥିବା ସ୍ପାଇସଜେଟରେ ଗୋଟାଏ ବିମାନରେ ଗୋଟାଏ ପକ୍ଷୀ ଧକ୍କା ଖାଇବାରୁ ତାହା କଲିକତା ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା। ବିମାନର ସମ୍ମୁଖ ଭାଗରେ ପକ୍ଷୀଟି ଧକ୍କା ଖାଇବା ପରେ ବିମାନର କ୍ୟାପ୍ଟେନ୍ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲଙ୍କ ସହ ଯୋଗାଯୋଗ କରିଥିଲେ। ସ୍ପାଇସଜେଟରେ ସେ ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ନିରାପଦ ରହିଥିବା ଜଣାପଡ଼ିଛି।
ସେମାନଙ୍କୁ କଲିକତା ବିମାନ ବନ୍ଦରରେ ରଖାଯାଇଥିଲା। ଦୁଇ ଦିନ ତଳେ ଦୁବାଇରୁ ଆସୁଥିବା ସ୍ପାଇସଜେଟରେ ଏକ ବିମାନର ଟାୟାର୍ ଫାଟି ଯିବାରୁ ଜୟପୁର ଆନ୍ତର୍ଜାତିକ ବିମାନ ବନ୍ଦରରେ ନିରାପଦରେ ଅବତରଣ କରିଥିଲା।