ଏସସିଓ ସମିଟ୍ : ଗୋଟିଏ କୋଣରେ ଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଏବଂ ପାଖରେ ବସିଥିଲେ ପ୍ରଧାନମନ୍ତ୍ରୀ ମୋଦି , ନା ମିଶାଇଲେ ହାତ ନା କଲେ ସାକ୍ଷାତ ।

333

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ବିସ୍କେକ୍ ରେ ଆୟୋଜିତ ହୋଇଥିବା ଏସସିଓ ସମ୍ମିଳନୀରେ ସାମ୍ନାସାମ୍ନି ହେଲେ କିନ୍ତୁ ଦୁହିଁଙ୍କ ମଧ୍ୟରେ ନା କିଛି କଥାବାର୍ତ୍ତା ହେଲା ନା ସାକ୍ଷାତ ହେଲା । ଏସସିଓ ର ୧୯ ତମ ସମ୍ମିଳନୀରେ ଉଦଘାଟନ ସମାରୋହରେ ଅନେକ ରାଷ୍ଟ୍ରଧ୍ୟକ୍ଷ ସାମିଲ ହୋଇଥିଲେ । ତେବେ ସଂଯୋଗ ବଶତଃ ପ୍ରଧାନମନ୍ତ୍ରୀ ମୋଦି ଏବଂ ଇମରାନ୍ ଖାନ୍ ଏକ ସଙ୍ଗରେ ହଲ୍ ଭିତରକୁ ପ୍ରବେଶ କରିଥିଲେ । କିନ୍ତୁ ମୋଦି ଇମରାନ୍ ଙ୍କ ସହ କଥାବାର୍ତ୍ତା ହୋଇନଥିଲେ କି ତାଙ୍କ ଆଡକୁ ଦେଖିନଥିଲେ । ସେ ସିଧା ଯାଇ ନିଜ ସିଟରେ ବସିଥିଲେ । ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ଅନ୍ୟ ନେତାଙ୍କ ସ୍ୱାଗତ କରିବା ପାଇଁ ସିଟ୍ ରୁ ଉଠିବା ସହ ହାତ ମଧ୍ୟ ମିଳାଇଥିଲେ କିନ୍ତୁ ପାକ୍ ପିଏମ୍ ଙ୍କ ପ୍ରତି ତାଙ୍କର ବ୍ୟବହାର ପୂର୍ବଭଳି ଥିଲା । ପ୍ରଧାନମନ୍ତ୍ରୀ ମୋଦି ନିଜ ବ୍ୟବହାରରେ ପରୋକ୍ଷ ଭାବେ ଜଣାଇଦେଲେ ଯେ ମଞ୍ଚ କିଛି ବି ହେଉ ନା କାହିଁକି ଆତଙ୍କବାଦ ବିପକ୍ଷରେ କଡା ପଦକ୍ଷେପ ନ ନେବା ଯାଏଁ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିବ ନାହିଁ ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଙ୍କ ମଧ୍ୟରେ ଦ୍ୱିପକ୍ଷୀୟ ବାର୍ତ୍ତା ହୋଇଥିଲା ଏବଂ ସେ ଆତଙ୍କବାଦର ବିଷୟ ମଧ୍ୟ ଉଠାଇଥିଲେ । ମୋଦି ରାଷ୍ଟ୍ରପତି ସି ଜିନପିଙ୍ଗ୍ ଙ୍କୁ କହିଲେ ଯେ ପାକ୍ ସହ ଭଲ ସଂବନ୍ଧ ବନାଇବା ପାଇଁ ଅନେକ ପ୍ରୟାସ କରିଥିଲେ ମଧ୍ୟ କୌଣସି ଫାଇଦା ହେଲାନାହିଁ । ପାକ୍ କୁ ଆତଙ୍କମୁକ୍ତ ବାତାବରଣ ତିଆରି କରିବା ନିହାତି ଆବଶ୍ୟକ । କିନ୍ତୁ ଏବେ ଆମେ ଏଭଳି ହେବା କିଛି ଦେଖିପାରୁନାହୁଁ ।