କୁକୁରର ଲମ୍ବା କେଶକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

75

4ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ସାଉଁଟିବାକୁ ତା ପାଖରେ ଅଛି ସବୁ ସ୍ୱତନ୍ତ୍ରତା । ତାର ଘନ ,ଲମ୍ବା ଓ ତରଙ୍ଗାୟିତ କେଶ ଦେଖି କାହାର ବି ଆଖି ଖୋସି ହୋଇଯିବ । ଏ’ଠି କୈାଣସି ହଟ୍ ଏବଂ ସେକ୍ସି ସୁପର ମଡେଲ ବିଷୟରେ କୁହାଯାଉନି , ୫ ବର୍ଷିୟ ଏକ ଆଫଗାନୀ ଶିକାରୀ କୁକୁର ବିଷୟରେ କୁହାଯାଉଛି । ଯାହାର ନାମ ଟି’ । ତାର ଘନ କଳା କେଶ ପାଇଁ ସୋସିଆଲ ମିଡିଆରେ ଏବେ ସେ ଚର୍ଚ୍ଚାରେ ।

ଟି ର ଏକ ଫଟୋ ସୋସିଆଲ ମିଡିଆରେ ଏକ ଲକ୍ଷରୁ ଅଧିକ ଥର ଶେୟାର କରାଯାଇଥିବା ଜଣାପଡିଛି । ଇଂଟରନେଟରେ ଟି ଏବେ କୈାଣସି ସୁପର ମଡେଲ କିମ୍ବା ସୁପରଷ୍ଟାର ଠାରୁ କମ ନୁହେଁ । ଏଇ ଫଟୋରେ ଟି ଏକ ବେଂଚ ଉପରେ ବସିଛି ଏବଂ ତାର ଲମ୍ବା ଓ ସୁନ୍ଦର କେଶ ବେଂଚ ଉପରେ ଖେଳେଇ ହୋଇ ପଡିିଥିବାର ଦେଖା ଦେଇଛି ।

5ଟି’ର ମାଲିକ ଲ୍ୟୁକ କବାଙ୍ଗ ଆଶା କରିନଥିଲେ କି ଟି ସୋସଆଲ ମିଡିଆରେ ଏତେ ପ୍ରସିଦ୍ଧି ଲାଭ କରିବ । ଲ୍ୟୁକଙ୍କୁ ଲାଗେ ଟି ର ସୁନ୍ଦର ତ୍ୱଚା ଲୋକମାନଙ୍କୁ ଅଧିକ ଆକର୍ଷିତ କରିଥାଏ । ସୋସିଆଲ ମିଡିଆରେ ଏପରି ସଫଳତା ମିଳିବା ପରେ ଡଗ ପରଫ୍ୟୁମ ହୈରୀୟଟ ବ ହାଉଂଡସର ତରଫରୁ ଏକ ବିଜ୍ଞାପନ କରିବାର ସୁଯୋଗ ମିଳିଛି । ଦୈନିକ ଜାଗରଣରେ ପ୍ରକାଶିତ ଏହି ଖବର ଏବେ ଚର୍ଚ୍ଚାରେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-