ଯୁଦ୍ଧ ଚାଲିଛି ଜଙ୍ଗଲରେ ! ପୁଣି ୪ ମାଓବାଦୀଙ୍କୁ ମାରିଲେ ସୁରକ୍ଷାକର୍ମୀ

39

ମାଲକାନଗିରି : ବିଚ୍ଛିନାଂଚଳରେ ଆଜି ବି ଫୁଟିଛି ଗୁଳି । ପୁଣି ୪ଜଣ ମାଓବାଦୀଙ୍କୁ ଟଳାଇ ଦେଇଛନ୍ତି ସୁରକ୍ଷାବାହିନୀ । ଗତକାଲି ୨୪ ଜଣଙ୍କୁ ମାରିବା ପରେ ପଣସପୁଟ ଅଂଚଳରେ ଚାଲିଥିଲା ସର୍ଚ୍ଚ ଅପରେସନ୍ । ଆଉ ଏହି ସମୟରେ ପୁଣି ମୁହଁମୁହିଁ ହୋଇଥିଲେ ମାଓବାଦୀ ଓ ସୁରକ୍ଷାବାହିନୀ ।

କୁହାଯାଉଛି ଗତକାଲିର ଅତର୍କିତ ଆକ୍ରମଣ ପରେ ଗରିଲା ଯୁଦ୍ଧର ଯୋଦ୍ଧାଙ୍କ ଅକଲଗୁଡୁମ୍ ହୋଇଯାଇଛି । ଏପରିକି ଜୀବନ ବଂଚାଇବାକୁ ସେମାନେ କୁଆଡେ ଯିବେ ବାଟ ପାଉନାହାଁନ୍ତି । ସେପଟେ ଏହି ଏନକାଉଂଟର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ।

ସୂଚନା ଅନୁସାରେ ଆନ୍ଧ୍ର ଗ୍ରେହାଉଣ୍ଡରେ ପ୍ରାୟ ୭ଟି ଟିମ୍ ସାମିଲ୍ ଅଛନ୍ତି ଏହି ଅପରେସନରେ । ଏପଟେ ଓଡିଶାର ଏସଓଜି ଓ ମାଲକାନଗିରି ପୁଲିସ୍ ମଧ୍ୟ ଅପରେସନକୁ ଗୁରୁତ୍ୱପୁର୍ଣ୍ଣ ଇନପୁଟ୍ । ନୋ ନେଟୱର୍କ ଏରିଆରେ ଏହି ଅପରେସନ୍ ଚାଲିଛି । କୁହାଯାଉଛି ଛତ୍ରଭଙ୍ଗ ଦେଇଥିବା ମାଓବାଦୀ ଏବେ ଜୀବନ ବଂଚାଇବାକୁ ବାଟ ପାଉନାହାନ୍ତି ।

ସେପଟେ କାଳେ ଜଳଭଣ୍ଡାର ଦେଇ ନକ୍ସଲ୍ ଚମ୍ପଟ୍ ମାରିବେ, ତେଣୁ ଆଜି ମାଲକାନଗିରିରୁ ଓଡ୍ରାଫ୍ ଟିମ୍ ବି ସ୍ପଟକୁ ଯାଇଛି । ଏମିତି କୁହାଯାଉଛି ବହୁ ପରିମାଣରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପାଣିରେ ଫୋପାଡି ଦେଇଛନ୍ତି ମାଓବାଦୀ । ତେଣୁ ଏସବୁକୁ ଖୋଜିବାକୁ ଏହି ଟିମ୍ ପହଂଚିଛି ।