୧୧୨ ବର୍ଷ ହେଲା ତିଆରି ଚାଲିଛି ମନ୍ଦିର : ଏବେ ବି ଅଧୁରା ନିର୍ମାଣ କାର୍ଯ୍ୟ

26

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ୧୧୨ ବର୍ଷ ହେଲା ଏକ ମନ୍ଦିରର ନିର୍ମାଣ କାମ ଚାଲିଛି । ଏପର୍ଯ୍ୟନ୍ତ ସରିନାହିଁ । ଖର୍ଚ୍ଚ ହୋଇସାରିଲାଣି ୪୦୦ କୋଟି ଟଙ୍କା । ଏହା ଦୁନିଆର ଏକ ମାତ୍ର ମନ୍ଦିର ଯାହାକୁ ତିଆରି କରୁଥିବା ଲୋକଙ୍କର ୪ ପିଢି ଚାଲିଗଲେଣି ।

ଲୋକଙ୍କ କହିବା ଅନୁସାରେ , ଏହି ମନ୍ଦିରକୁ ଅଭିଶାପ ମିଳିଛି । ତଥ୍ୟ ଅନୁସାରେ ଏହି ଅଜବ ମନ୍ଦିରଟି ତାଜମହଲ ଠାରୁ ବି ପୁରୁଣା । ରାଧାସ୍ୱାମୀ ମଠର ପ୍ରଥମ ଗୁରୁ ପୁରଣ ଧାନୀ ମହାରାଜଙ୍କ ସମାଧି ଓ ତାଜମହଲର ସାମ୍ନାରେ ଦୟାଲବାଗରେ ଏହି ମନ୍ଦିରଟି ତିଆରି ଚାଲିଛି ।

ମନ୍ଦିରର କାମ ୧୯୦୪ରେ ଆରମ୍ଭ ହୋଇଥିଲା । ବର୍ତମାନ ସୁଦ୍ଧା ୧୧୨ ବର୍ଷ ବିତିଗଲାଣି । ଆକଳନ ଅନୁସାରେ ଏହି ମନ୍ଦିରଟି ସଂପୂର୍ଣ୍ଣ ହେବାରେ ଆହୁରି ୧୦ ବର୍ଷ ଲାଗିଯିବ । ଏହାର ନକ୍ସା ୧୦୦ ବର୍ଷ ପୂର୍ବେ ଇଟାଲୀର ଏକ କଂପାନୀ କରିଥିଲା । ନକ୍ସାରେ ସବୁକିଛି ଦର୍ଶାଯାଇଛି । କେଉଁଠି ଓ କେଉଁ ଜାଗାରେ ଏହା ପାଖରେ କେଉଁ ଗଛ ଲଗାଯିବ । ୧୨୨ ବର୍ଷ ହେଲା ୨୦୦ ଲୋକ ଅନବରତ ଏହି ମନ୍ଦିର ନିର୍ମାଣରେ ଲାଗିଛନ୍ତି ।