ସବୁ ମୋବାଇଲ କଂପାନୀମାନଙ୍କର ବେଷ୍ଟ ଅଫର୍ସ ବିଷୟରେ ଜାଣିବାକୁ ଚାହୁଁଛନ୍ତି କି ? ତେବେ ତୁରନ୍ତ ଆପଣଙ୍କ ଫୋନରେ ଇନଷ୍ଟଲ କରନ୍ତୁ ଏହି ଗୋଟିଏ ଆପ୍

26

ଟେଲିକମ ଜଗତରେ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ରିଲାଏନ୍ସ ଜିଓ ଆସିବା ପରେ ଏବେ ଡାଟା ଶସ୍ତା ଆଉ ଅଟା ମହଙ୍ଗା ହୋଇଯାଇଛି । ସେହିପରି ଜିଓକୁ ଟକ୍କର ଦେବାକୁ ଅଂଟା ଭିଡିଠନ୍ତି ଅନେକ ନାମୀଦାମୀ କଂପାନୀ । ଏସବୁ ମଧ୍ୟରେ ଗ୍ରାହକଙ୍କୁ ମିଳୁଛି ଅନେକ ଆକର୍ଷଣୀୟ ଅଫର ଆଉ ଶସ୍ତା ଡାଟା ।

ଜିଓ ଆସିବା ପରେ ପରେ ଏୟାରଟେଲ୍, ଆଇଡିଆ, ଭୋଡାଫୋନ୍, ଏୟାରସେଲ୍ ଭଳି ନାମକରା କମ୍ପାନୀଗୁଡିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତି ଦିନ କିଛି ନା କିଛି ନୂଆ ନୂଆ ଅଫର୍ ଭେଟି ଦେବାରେ ଲାଗିଛନ୍ତି । ଆଉ ଯାହାକୁ ନେଇ ୟୁଜର୍ସଙ୍କଠାରେ ମଧ୍ୟ ଅନେକ ଦ୍ୱନ୍ଦ୍ୱ ଦେଖାଦେଇଛି । ସେମାନେ ସ୍ଥିର କରିପାରୁ ନାହାଁନ୍ତି କି କାହା ପ୍ଲାନଟି କେତେ ଭଲ ଓ ତାଙ୍କ ମୋବାଇଲ୍ ନମ୍ବରରେ ଆସୁଥିବା ବିଶେଷ ପ୍ଲାନଟା ବାସ୍ତବ କ’ଣ ? ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଆପ ସଂପର୍କରେ ଜଣାଇବୁ ଯାହାଦ୍ୱାରା ଆପଣ ଅତି ଆପଣଙ୍କ ମନରେ ଉଠୁଥିବା ସମସ୍ତ ପ୍ରଶ୍ନର ଜବାବ ପାଇପାରିବେ । ତେବେ ଆସନ୍ତୁ ଜାଣିବା ଏହି ଆପଟି ସଂପର୍କରେ ଅଧିକ ସୂଚନା . . .

ସର୍ବ ପ୍ରଥମେ ଏଠାରେ ଆମେ କହି ରଖୁଛୁ କି, ୟୁଜର୍ସଙ୍କ ସୁବିଧା ପାଇଁ ଏହି ଆପଟିକୁ ଲଂଚ କରାଯାଉଛି । ଆଉ ଏହି ଆପଟିର ନାଁ ହେଉଛି ଟିକଟିକ୍ (Tiktik) । ଯାହାକୁ ଆପଣ ଗୁଗଲ ପ୍ଲେ-ଷ୍ଟୋରରୁ ଡ଼ାଉନଲୋଡ କରି ପାରିବେ ।

ଆସନ୍ତୁ ଜାଣିବା ଏହାର ବିଶେଷତ୍ୱ

• ଏହି ଆପଟି ଉଭୟ ହିନ୍ଦୀ ଏବଂ ଇଂରାଜୀ ସମେତ ଆଠଟି ଭାରତୀୟ ଭାଷାରେ ଉପଲବ୍ଧ ।

• ଏହି ଆପର ସହାୟତାରେ ଆପଣ ଗୋଟିଏ କ୍ଲିକରେ ନମ୍ବର ପୋର୍ଟ କରିପାରିବେ ।

• ଗୋଟିଏ କ୍ଲିକରେ ସ୍ପାମ କଲ୍ ଓ ମେସେଜ୍ ବ୍ଲକ୍ ମଧ୍ୟ କରିପାରିବେ ।

• ଆପଣଙ୍କ ଏହି ଆପଟିକୁ ଆପଣଙ୍କର ବନ୍ଧୁମାନଙ୍କୁ ମଧ୍ୟ ସେୟାର କରିପାରିବେ ।

• ଏହି ଆପ ଜରିଆରେ ଆପଣ ଆପଣଙ୍କର ବ୍ୟକ୍ତିଗତ ତଥ୍ୟକୁ ବ୍ୟବହାର କରିପାରିବେ ନାହିଁ ।