ୟୁପିଆଇ ଜରିଆରେ ଏବେ ଭାରତରେ ହ୍ୱାଟସଆପ ୟୁଜର୍ସ ଟଙ୍କା କାରବାର ଅତି ସହଜରେ କରିିପାରିବେ । ହ୍ୱାଟସଆପର ଏହି ପେମେଂଟ ଫିଚରଟି ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ ଧାରୀଙ୍କ ପାଇଁ ଆରମ୍ଭ ହୋଇସାରିଛି ଆଉ ଖୁବ ଶୀଘ୍ର ହିଁ ବାକି ଡାଭାଇସ ଗୁଡିକରେ ଏହାକୁ କାର୍ଯ୍ୟକାରୀ କରିଦିଆଯିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ୟୁନିଫାଇଡ ପେମେଂଟ ଇଂଟରନେଟ ଏକ ଏଭଳି ପେମେଂଟ ସିଷ୍ଟମ ଯାହାକୁ ବ୍ୟବହାର କରି ଅନ୍ୟ ଦେଶର ଟଙ୍କାକୁ ମଧ୍ୟ ଟ୍ରାନ୍ସଫର କରିପାରିବେ । ଏହା ୟୁଜର୍ସର ମୋବାଇଲ ନମ୍ବର ଜରିଆରେ ଆକାଉଂଟର ସମସ୍ତ ବିବରଣୀ ରହିଥାଏ । ଏଥିରେ ୟୁଜର୍ସମାନେ ଏକ ୟୁନିକ ଆଇଡି ତିଆରି କରି ଟଙ୍କା ଟ୍ରାନ୍ସଫର କରିପାରିବେ । କିନ୍ତୁ ଏଠାରେ ଆମେ କହି ରଖୁଛୁ କି, ହ୍ୱାଟସଆପ ପ୍ରଥମ ନୁହେଁ ଯିଏକି ଏଭଳି ପେମେଂଟ ସର୍ଭିସ ଆରମ୍ଭ କରିଛି । ଏହା ପୂର୍ବରୁ ବି ପେଟିଏମ ଏବଂ ଗୁଗଲ ତେଜ୍ ମଧ୍ୟ ଟଙ୍କା ପଠାଇବାର ଏଭଳି ସୁବିଧା ରହିଛି ।
ଜାଣନ୍ତୁ କିଭଳି କାମ କରିଥାଏ ହ୍ୱାଟସଆପରେ ୟୁପିଆଇ
• ପ୍ରଥମେ ଆପଣ ହ୍ୱାଟସଆପର ସେଟିଂ ଅପସନକୁ ଯାଆନ୍ତୁ । ଏଠାରେ ଆପଣଙ୍କୁ ଏକ ‘ଆଡ ଆକାଉଂଟ’ ଅସପନ ନଜର ଆସିବ । ଯାହା ଉପରେ ଆପଣଙ୍କୁ କ୍ଲିକ କରିବାକୁ ହେବ ।
• ଏଥିରେ କ୍ଲିକ କରିବା କ୍ଷଣି ହିଁ ଆପଣଙ୍କୁ ବ୍ୟାଙ୍କ ଗୁଡିକର ତାଲିକା ନଜର ଆସିବ । ଯାହା ମଧ୍ୟରୁ ଆପଣ ବ୍ୟବହାର କରୁଥିବା ବ୍ୟାଙ୍କକୁ ଚୟନ କରି ତା ଉପରେ କ୍ଲିକ କରିବାକୁ ହେବ ।
• ଏହାପରେ କ୍ଲିକ କରିବା କ୍ଷଣି ଏଠାରେ ଆପଣଙ୍କ ଆକାଉଂଟର ସମସ୍ତ ତଥେ ଷ୍ଟୋର କରିନେଇଚ୍ଛାଏ । ଧ୍ୟାନ ରଖିବେ କି ଆପଣଙ୍କୁ ଆକାଉଂଟ ମୋବାଇଲ ନମ୍ବର ସହିତ ଲିଙ୍କ ହୋଇଥିବା ଦରକାର ।
• ଏଥିରେ ୟୁଜର୍ସ ନିଜର ବନ୍ଧୁଙ୍କ ‘ଚାଟ ୱିଣ୍ଡୋ’ ଓପନ କରି ମଧ୍ୟ ଟଙ୍କା ପଠାଇପାରିବେ । ଯେଉଥିପାଇଁ ତାଙ୍କୁ ଚାଟ ଥିବା ଉପରି ଭାଗ ‘ପେପର କ୍ଲିପ ସାଇନ’ ଉପରେ କ୍ଲିକ କରିବାକୁ ପଡିବ । ଏବଂ ପୁଣି ପେମେଂଟ ବଟନ ଉପରେ ଟ୍ୟାପ କରିବାକୁ ହେବ ।
• ଟ୍ୟାପ କରିବା କ୍ଷଣି ହିଁ ୟୁଜର ସାମ୍ନାରେ ପେମେଂଟ ପେଜ ଖୋଲି ଯିବ , ଯେଉଁଥିରେ ସେ ଟଙ୍କାର ଆମାଉଂଟ ଭରି ପାରିବେ ।
• ସେହିପରି ଗୁଗଲ ତେଜ ମଧ୍ୟ ଠିକ୍ ଏହିପରି ହିଁ କାମ କରିଥାଏ । ଯେଉଁଥିରେ ଭେରିଫିକେସନ ପାଇଁ ଏହିସବୁ ପ୍ରୋସେସକୁ ଫଲୋ କରାଯାଇଥାଏ ।
ଜାଣନ୍ତୁ ପେଟିଏମ କିଭଳି ୟୁପିଆଇରୁ ଭିନ୍ନ ?
• ପେଟିଏମରେ ଉପଲବ୍ଧ ଥିବା ୟୁପିଆଇ ପେମେଂଟ ହୋମବକ୍ସ ବ୍ୟତୀତ ଇନବକ୍ସରେ ମଧ୍ୟ ଉପଲବ୍ଧ ରହିଛି । ଏଥିରେ ଟଙ୍କା କାରବାର କରିବା ସହିତ ଚାଟିଂ ପାଇଁ ମଧ୍ୟ ସମସ୍ତ ସୁବିଧା ରହିଛି । ଟଙ୍କା ପଠାଇବା ପାଇଁ ୟୁଜର୍ସଙ୍କୁ ବନ୍ଧୁଙ୍କ ଚାଟ ୱିଣ୍ଡୋ ଓପନ କରିବାକୁ ହେବ । ପୁଣି ଏହାର ଠିକ୍ ତଳ ଭାଗରେ ନଜର ।ସୁଥିବା ଇକନ ଉପରେ କ୍ଲିକ କରି, ଏଥିରେ ଥିବା ୟୁପିଆଇ ପେମେଂଟ ଅପସନକୁ ସିଲେକ୍ଟ କରିବାକୁ ହେବ ।
• ଯଦିଓ ଏହାର ଲାଭ ଉଠାଇବା ପାଇଁ ୟୁଜର ନିଜ ବ୍ୟାଙ୍କ ଆକାଉଂଟ ଭିମ ୟୁପିଆଇ ସହ ଇଂଟିଗ୍ରେଟ ହେବା ଜରୁରୀ ଅଟେ ।
ଏବେ ଜାଣନ୍ତୁ ଗୁଗଲ ତେଜ୍ ସଂପର୍କରେ
• ଗୁଗୁଲ ତେଜ ଜରିଆରେ ୟୁଜର୍ସ ତାଙ୍କ ବ୍ୟାଙ୍କ ଆକାଉଂଟ ସହ ଅନ୍ୟ ସର୍ଭିସ- ୟୁପିଆଇ, କ୍ୱୁଆର କୋଡ କିମ୍ବା ଫୋନ ନମ୍ବରରେ ମଧ୍ୟ ଟଙ୍କା ଟ୍ରାଂସଫର କରିପାରିବେ ।
• ଏହା ବ୍ୟତୀତ ଗୁଗଲ ତେଜର କ୍ୟାସ ମୋଡ ଫିଚର ମଧ୍ୟ ଉପଲବ୍ଧ ରହିଛି । ଏହି ଫିଚର ଜରିଆରେ ଗୁଗୁଲ ଆଖପାଖ ଲୋକଙ୍କୁ ଟଙ୍କା ପଠାଇ ପାରିବ । ଏହି ଫିଚରରେ ୟୁଜର୍ସମାନେ ଟଙ୍କା କାରବାର କରିବା ପାଇଁ ପ୍ରଥମେ ମୋବାଇଲ ନମ୍ବର ଦେବା ପାଇଁ ଜରୁରୀ ।