ଚିନ୍ତା ବଢାଇଲେ ରାହୁଲ ! ମୋଦିଙ୍କୁ ଦେଲେ ଖୋଲା ଚ୍ୟାଲେଂଜ, ସାମ୍ନାରେ ରଖିଲେ ୫ଟି ସମସ୍ୟା

17

ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜେପିକୁ ଦେଇଛି କଡା ଟକ୍କର । କାରଣ, ଏଥରକ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାହୁଲ ଗାନ୍ଧୀ ମୁହାଁମୁହିଁ ହୋଇଥିଲେ । ଯିଏ କି ନିଜ ନିଜ ଦଳ ପାଇଁ ଷ୍ଟାର ପ୍ରଚାରକ ଥିଲେ । ଏପରିକି ଉଭୟଙ୍କର ଜନସଭାରେ ବି ଲୋକଙ୍କର ଭିଡ ବେଶ୍ ଜମିବାର ସାମ୍ନାକୁ ଆସିଥିଲା । ତେବେ ପ୍ରଚାର ଅଭିଯାନ ସମୟରେ କଂଗ୍ରେସ ନେତା ବିଜେପି ସରକାର ଉପରେ ଲଗାତର ଭାବେ ଆକ୍ରମଣକାରୀ ବୟାନବାଜୀକୁ ନେଇ ପ୍ରଶ୍ନ ମଧ୍ୟ ଉଠାଇଥିଲା । ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମକ୍ଷରେ ୫ଟି ପ୍ରମୁଖ ଚ୍ୟାଲେଂଜ ଛିଡା କରିଛନ୍ତି ଯାହା ସଂପର୍କରେ ଆଜି ଆମେ ଆପଣଙ୍କ ନିକଟରେ ଆଲୋଚନା କରୁଛୁ ।

ଆର୍ଥିକ ନୀତିରେ ସୁଧାର ଆଣିବା

ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ଥିତିକୁ ନେଇ ସମସ୍ତଙ୍କର ନଜର ରହିଛି । ଯେଉଁଥିରେ ଗୋଟିଏ ହେଲା ମୋଦିଙ୍କ ଆର୍ଥିକ ନୀତି । କାରଣ ମୋଦିଙ୍କର ନୋଟବନ୍ଦୀ ଏବଂ ଜିଏସଟି ଭଳି ନିଷ୍ପତି ଜନତାଙ୍କ ମୁଣ୍ଡବିନ୍ଧାର କାରଣ ପାଲିଟିଛି । ଯାହାକି ମୋଦିଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ତେଣୁ ଏଭଳି ପରିସ୍ଥିତିରେ ମୋଦି ଏବଂ ତାଙ୍କ ଦଳକୁ ସଚେତନ ରହିବାକୁ ରାହୁଲ ଖୋଲା ଚ୍ୟାଲେଂଜ କରିଛନ୍ତି ।

କଂଗ୍ରେସ, ହାର୍ଦ୍ଦିକ, ଜିଗ୍ନେଶ ଏବଂ ଅଳ୍ପେଶଙ୍କ ମେଂଟ

ଏଥରକ ନିର୍ବାଚନରେ ବିଜେପି ବିରୋଧରେ ନୂଆ ମୋର୍ଚ୍ଚା ଛିଡା ହୋଇଛି । କଂଗ୍ରେସ ପଟିଦାର ନେତା ହାର୍ଦ୍ଦିକ ପଟେଲ, ଦଳିତ ନେତା ଜିଗ୍ନେଶ ମେବାଣୀ ଏବଂ ଅଳ୍ପେଶ ଠାକୁରଙ୍କ ସହିତ ମେଂଟ କରି ସତ୍ତାରୁଢ ପାର୍ଟ ପାଇଁ ଅନେକ ଚ୍ୟାଲେଂଜ ସୃଷ୍ଟି କରିଛନ୍ତି ।

ଚାଷୀଙ୍କର ଦୁଃଖ

ଗୁଜରାଟରେ ବିଜେପି ଦୁଇ ଦଶକରୁ ବି ଅଧିକ ସମୟ ହେଲା ସତ୍ତାରେ ରହିଆସିଛି । ହେଲେ କଟର୍ଣ୍ଣବେଲ୍ଟରେ ସରକାରଙ୍କର ନୀତି କାରଣରୁ ଅସନ୍ତୋଷ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ପାର୍ଟିକୁ ଚାଷୀଙ୍କର ଦୁଃଖକୁ କୌଣସି ବି ପରିସ୍ଥିତିରେ ଦୂର କରିବାକୁ ହେବ । ନଚେତ୍ ଭବିଷ୍ୟତରେ ସତ୍ତାରୁଢ ଦଳଙ୍କୁ ଏହାର ରାଜନୀତିକ ମୂଲ୍ୟ ପରିଶୋଧ କରିବାକୁ ପଡିପାରେ ।

ଗ୍ରାମୀଣ କ୍ଷେତ୍ରର ଚିନ୍ତା

ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ପାଇଁ ଗ୍ରାମୀଣ କ୍ଷେତ୍ର ମାନଙ୍କରେ ଲଗାତର ଚିନ୍ତାର କାରଣ ପାଲଟିଛି । ଏଥରକ ବିଧାନସଭା ନିର୍ବାଚନରେ ବି ବିଜେପିକୁ ଗ୍ରାମୀଣ କ୍ଷେତ୍ରରୁ ଆଶାରୁ ଅନୁରୁପ ସିଟ ମିଳିପାରି ନଥିଲା । ସହର କ୍ଷେତ୍ରରେ ବିଜେପି ଚେର ପ୍ରଥମରୁ ହିଁ ମଜଭୂତ ରହିଛି । ଏଭଳି ସ୍ଥିତିରେ ପାର୍ଟି ନେତୃତ୍ୱକୁ ଗ୍ରାମୀଣ କ୍ଷେତ୍ରରେ ଦଳର ସ୍ଥିତି ଆଧାରରେ ମଜଭୂତ କରିବାକୁ ପଡିବ ।

ପ୍ରଧାନମନ୍ତ୍ରୀ ମୋଦିଙ୍କର ଲୋକପ୍ରିୟତା

ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଲୋକପ୍ରିୟତା ପୁଣି ଥରେ ପ୍ରମାଣିତ ହୋଇଛି । ନିର୍ବାଚନ ପ୍ରଚାର ଅଭିଯାନରେ ମୋଦି ଅନେକ ବିଶାଳ ରାଲି କରିଥିଲେ । ଯାହାର ବ୍ୟାପକ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିଛି ବୋଲି ଶୁଣିବାକୁ ମିଳିଛି । ଯାହାଦ୍ୱାରା ବିଜେପି ପୁଣି ଥରେ ମୋଦିଙ୍କ ଉପରେ ନିର୍ଭରଶୀଳ ବୋଲି ପ୍ରମାଣିତ ହୋଇଛି ।