ମାଲକାନାଗିରି : ସ୍ଥାୟୀ ନିଯୁକ୍ତି ସାଙ୍ଗକୁ ବକେୟା ଅର୍ଥ ଦାବିରେ ବିଦ୍ୟୁତ୍ କର୍ମଚାରୀଙ୍କ ସାଉଥକୋ କର୍ଯ୍ୟାଳୟ ସମ୍ମୁଖରେ ଧାରଣା

24

କନକ ବ୍ୟୁରୋ : ସ୍ଥାୟୀ ନିଯୁକ୍ତି ସାଙ୍ଗକୁ ବକେୟା ଅର୍ଥ ଦାବି ନେଇ ବିଦ୍ୟୁତ୍ କର୍ମଚାରୀଙ୍କ ମାଲକାନାଗିରି ସାଉଥକୋ କର୍ଯ୍ୟାଳୟ ସମ୍ମୁଖରେ ଧାରଣା । ମାଲକାନାଗିରି ଜିଲ୍ଲାରେ ମୋଟ ଏକ ଲକ୍ଷ ୨୦ ହଜାର ଉପଭୋକ୍ତା ଥିବାବେଳେ ୩୦ ଜଣ କର୍ମଚାରୀ ଙ୍କୁ ନେଇ ଚାଲିଛି ସାଉଥକୋ । ତେବେ ସେମାନଙ୍କୁ ୪ମାସ ଧରି ଦରମା ନମିଳିବାରୁ ଆନ୍ଦୋଳନକୁ ଓହ୍ଲାଇଛି ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ । ତେବେ ସମସ୍ୟା ର ସମାଧାନ ନେଇ ଉପରୋକ୍ତ ଅଧିକାରୀଙ୍କୁ ଅବଗତ କରାଇଥିବା କହିଛନ୍ତି ନିର୍ବାହୀ ଅଧିକାରୀ ।