କ୍ଷୀରରେ ଡାଳଚିନି ଏବଂ ମହୁ ମିଶାନ୍ତୁ ! ଅନେକ ରୋଗ ପାଇଁ ରାମବାଣ ପରି କରିଥାଏ କାମ

122

କ୍ଷୀର ଏକ ପୌଷ୍ଟିକ ଏବଂ ସ୍ୱାସ୍ଥ୍ୟବର୍ଦ୍ଧକ ଖାଦ୍ୟ । କିନ୍ତୁ କ୍ଷୀରରେ ଯଦି କିଛି ଆୟୁର୍ବେଦିକ ଜିନିଷ ମିଶା ଯାଏ ତେବେ ଏହାର ଲାଭ ଦୁଇଗୁଣ ହୋଇଯାଇଥାଏ । କ୍ଷୀରରେ ଡାଳଚିନି ମିଶାଇ ପିଇଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ । ଏଥିପାଇଁ ଗୋଟିଏ କପ ଗରମ କ୍ଷୀରରେ ଏକ ଚାମଚ୍ ଡାଳଚିନି ଏବଂ ଏକ ଚାମଚ୍ ମହୁ ମିଶାନ୍ତୁ । ଏବେ ଜାଣନ୍ତୁ ଏହି ଡାଳଚିନି ମିଶା କ୍ଷୀରର ଔଷଧୀୟ ଗୁଣ ।

• ଡାଳଚିନି ମିଶାଇଲେ କ୍ଷୀରର ଆଣ୍ଟି ବ୍ୟାଟେରିଆଲ୍ ଗୁଣ ବଢିଯାଇଥାଏ । ଯାହାଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢିଥାଏ ।

• ଯଦି ଆପଣଙ୍କ ହାଡ ଦୁର୍ବଳ ତେବେ କ୍ଷୀରରେ ଡାଳିଚିନି ଏବଂ ମହୁ ମିଶାଇ ପିଅନ୍ତୁ । ଏପରି ନିୟମିତ ପିଇବା ଦ୍ୱାରା ହାଡ ଶକ୍ତ ହୋଇଥାଏ ।

• କ୍ୟାନ୍ସର ପରି ଭୟାନକ ରୋଗକୁ ଏଡେଇବାକୁ ଚାହୁଁଥିଲେ ନିୟମିତ କ୍ଷୀରରେ ଡାଳଚିନି ଏବଂ ମହୁ ମିଶାଇ ପିଅନ୍ତୁ ।

• କ୍ଷୀରରେ ଡାଳଚିନି ମିଶାଇ ପିଇଲେ ଗଳା ସମ୍ବନ୍ଧୀୟ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ।

• ସେହିପରି କ୍ଷୀରରେ ଡାଳଚିନି ଏବଂ ମହୁ ମିଶାଇ ପିଇଲେ କେଶ ଝଡିବା କମ୍ ହେବା ସହ କେଶ ମୂଳ ମଜଭୂତ ହୋଇଥାଏ । ଏହାସହ ବ୍ରଣ ଏବଂ କଳାଦାଗରୁ ମଧ୍ୟ ମୁକ୍ତି ମିଳିଥାଏ ।

• ନିୟମତି ଏହି କ୍ଷୀର ପିଇଲେ ପେଟ ଗ୍ୟାସ୍ ଏବଂ ଏସିଡିଟି ସହ ଅଜୀର୍ଣ୍ଣରୁ ତୁରନ୍ତ ମୁକ୍ତି ମିଳିଥାଏ ।

• ଡାଳଚିନି ମିଶା କ୍ଷୀର ବ୍ଲଡ୍ ସୁଗାର ସ୍ତରକୁ ନିୟନ୍ତ୍ରିତ ରଖିଥାଏ । ଯାହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ।
• ଶୋଇବା ପୂର୍ବରୁ ପ୍ରତିଦିନ ରାତିରେ କ୍ଷୀରରେ ଡାଳଚିନି ମିଶା କ୍ଷୀର ପିଅନ୍ତୁ । ଏପରି କଲେ ଭଲ ନିଦ ହେବା ସହ ଅନିଦ୍ରା ସମସ୍ୟାରୁ ମୁକ୍ତି ମିଳେ ।

• ତେବେ ଡାଳଚିନି ମିଶା କ୍ଷୀରରୁ ସେତେବେଳେ ଲାଭ ମିଳିଥାଏ ଯଦି ନିୟମିତ ଏହାକୁ ପିଇବେ । ଏହି କ୍ଷୀର ସମ୍ପୁର୍ଣ୍ଣ ଭାବରେ ଆୟୁର୍ବେଦିକ । ତେଣୁ କୌଣସି ବିପରିତ ପ୍ରଭାବ ପଡିନଥାଏ ।

ଏହା ସହ ଦେଖନ୍ତୁ କେଶକୁ ମଜଭୂତ ରଖେ କର୍ପୁର ! ଜାଣନ୍ତୁ କିପରି କରିବେ ବ୍ୟବହାର