ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟିରେ ୪ଟି ପ୍ରକଳ୍ପକୁ ମଞ୍ଜୁରୀ : ମୋଟ ୩୪୮ କୋଟି ପ୍ରକଳ୍ପ, ୬ ହଜାର ନିଯୁକ୍ତି ସୁଯୋଗ।

42

କନକ ବ୍ୟୁରୋ: ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷରେ ହୋଇଥିବା ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟିରେ ୪ଟି ପ୍ରକଳ୍ପକୁ ମଂଜୁରୀ ମିଳିଛି । ଏହି ୪ଟି ପ୍ରକଳ୍ପରେ ;ମୋଟ ୩୪୯ କୋଟି ନିବେଶ ସହ ୬ ଜହାର ୧୫ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ସୁଚନା ମିଳିଛି । ତେବେ ସବୁଠାରୁ ମେଗା ପ୍ରକଳ୍ପଭାବେ କେରଳର ଏକ ପୋଷାକ କମ୍ପାନୀକୁ ମିଳିଛି ମଂଜୁରୀ । ଏହି ପ୍ରକଳ୍ପ ବ୍ରହ୍ମପୁରର ୨୦ ଏକର ଜମିରେ ହେବାକୁଥିବାବେଳେ । ଏଥିରେ ୧୭୭ କୋଟି ଟଙ୍କା ନିବେଶ ହୋଇ ୫ ହଜାର ୩୨୦ ଜଣଙ୍କୁ ନିଯୁକ୍ତି ମିଳିବାରେ ସହାୟକ ହେବ । ମୁଖ୍ୟତଃ ଏହି ପୋଷାକ ଫ୍ୟାକ୍ଟ୍ରିରେ ୯୦ ପ୍ରତିଶତ ମହିଳା କର୍ମଚାରୀ ରହିବେ ବୋଲି ଜଣା ପଡ଼ିଛି ।

ସେହିପରି କଟକ ରାମଦାସପୁରରେ କୋଲକତାର ଏକ କମ୍ପାନୀ ଔଷଧ ଫ୍ୟାକ୍ଟ୍ରି କରିବ । ଏହି ଔଷଧ ଫ୍ୟାକ୍ଟିରେ ୬୫ କୋଟି ନିବେଶ ହେବାକୁ ଥିବାବେଳେ, ୩୬୫ ଜଣଙ୍କୁ ନିଯୁକ୍ତି ପାଇବେ ବୋଲି ଲକ୍ଷ ରଖାଯାଇଛି । ଚତୁର୍ଥ ତଥା ଶେଷ ପ୍ରକଳ୍ପ ଭାବେ ଆଲୁମିନିୟମ କେବୁଲ ଓ କଣ୍ଡକ୍ଟର ଫ୍ୟାକ୍ଟ୍ରି ପାଇଁ ଡାମନର ସିଲଭାସା ଓ ରଜସ୍ଥାନର ଏକ କମ୍ପାନୀକୁ ମିଳିଛି ମଂଜୁରୀ । ଉଭୟ ଫ୍ୟାକ୍ଟ୍ରିରେ ମୋଟ ୧୦୬ କୋଟି ଟଙ୍କା ନିବେଶ ହେବ । ତେବେ ଏହି ଦୁଇଟି କମ୍ପାନୀକୁ ଅନୁଗୁଳ ଓ ଝାରସୁଗୁଡାରେ ଫ୍ୟାକ୍ଟ୍ରି ସ୍ଥାପନ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । ସଚିବାଳୟ ଠାରେ ବସିଥିବା ୭୯ତମ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକ ପରେ ଇପିକଲ ସିଜିଏମ କଲ୍ୟାଣ ମହାନ୍ତି କହିଛନ୍ତି ।