ଏମିତି ଏକ ଇତିହାସ, ଆଜି ବି ମନେପଡିଲେ ଲୋମଟାଙ୍କୁରି ଉଠେ ! ୧୦୦ ଦିନରେ ୮ ଲକ୍ଷ ଲୋକଙ୍କ ହତ୍ୟାର ରହସ୍ୟ ।

36

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଫ୍ରିକା ଦେଶ ଯାତ୍ରା କରିବା ପରେ ଏବେ ପହଞ୍ଚିଛନ୍ତି ରବାଡାରେ । ଏଠାରେ ନରେନ୍ଦ୍ର ମୋଦି ଏପରି ଏକ ସ୍ଥାନକୁ ଯାତ୍ରା କରିଥିଲେ ଯେଉଁଠାରେ ପ୍ରାୟ ଅଢେଇ ଲକ୍ଷ ଲୋକଙ୍କ ଅବଶେଷ ପୋତାହୋଇ ରହିଛି । ଏହି ନରସଂହାର ୧୯୯୪ରେ ହୋଇଥିଲା । ଏବଂ ଏହି ନରସଂହାରରେ ପ୍ରାୟ ୮ ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ ।

ମିଳିଥିବା ରିପୋର୍ଟ ଅନୁଯାୟୀ, ଭିଷଣ ନରସଂହାରରେ ୧୯୯୪ ମସିହା ଏପ୍ରିଲ ମାସରୁ ଜୁନ ମାସ ମଧ୍ୟରେ ପ୍ରାୟ ୮ ଲକ୍ଷ ଲୋକଙ୍କୁ ହତ୍ୟା କରାଯାଇଥିଲା । ଏହି ଜନ ସଂହାରରେ ମୃତ୍ୟୁବରଣ କରିଥିବା ଅଧିକାଶଂ ଲୋକ ଟୁଟସି ଆଦିବାସି ଥିଲେ । ତେବେ ଏହି ନରସଂହାର ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ରବାଡର ରାଷ୍ଟ୍ରପତି ଜୁବେନାଲ ହାବିରିମନାଙ୍କ ପ୍ଲେନରେ ବିଷ୍ପୋରକ ଲଗାଇ ତାଙ୍କୁ ମାରିଦିଆଯାଇଥିଲା । ଏହି ଘଟଣା ୧୯୯୪ ମସିହା ଏପ୍ରିଲ ମାସରେ ହୋଇଥିଲା । ରାଷ୍ଟ୍ରପତି ହୁଟୁ ଆଦିବାସି ସମୁଦାୟର ଥିଲେ ।

ସୂଚନା ମୁତାବକ, ରବାଡାର ରାଷ୍ଟ୍ରପତିଙ୍କ ମୃତ୍ୟୁପରେ ଜଣେ ଫ୍ରାନ୍ସିସ ଜଜ୍ ଟୁଟସି ବିଦ୍ରୋହି ଗ୍ରୁପର ନେତାଙ୍କୁ ଦୋଷୀ ସାବ୍ୟସ୍ଥ କରିଥିଲେ । ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଟୁଟସି ସମୁଦାୟର ନେତା ଦୋଷୀ ସାବ୍ୟସ୍ଥ ହେବା ପରେ ହୁଟୁ ଆଦିବାସୀର ଲୋକମାନେ ଉତ୍ତେଜିତ ହୋଇ ରବାଡା ଠାରେ ପ୍ରାୟ ୮ ଲକ୍ଷ ଲୋକଙ୍କୁ ସଂହାର କରିଥିଲେ ।