ପାର୍ଲର ଭିତରେ ସେକ୍ସ ରାକେଟ୍ ! ୩ ଦେହଜୀବୀଙ୍କ ସମେତ ୬ ଗିରଫ

110

କନକ ବ୍ୟୁରୋ : ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ଥାନା ଅଞ୍ଚଳରୁ ସେକ୍ସ୍‍ ର‍୍ୟାକେଟ୍‌ ଠାବ ହୋଇଛି । ସଂଧ୍ୟାରେ ପୁଲିସ୍‌ ଚଢ଼ାଉ କରି ୩ ଜଣ ଦେହଜୀବୀଙ୍କ ସମେତ ୩ ଜଣ ଗ୍ରାହକଙ୍କୁ ଗିରଫ କରିଛି ।

ଲିଙ୍ଗରାଜ ଥାନା ଅଧିନରେ ଥିବା ଏକ ବିୟୁଟି ପାର୍ଲରରେ ଦେହ ବ୍ୟବସାୟ ଚାଲିଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ଖବର ପାଇ ପୁଲିସ୍ ସଂପୃକ୍ତ ବିୟୁଟି ପାର୍ଲର ଉପରେ ଚଢ଼ାଉ କରିଥିଲା । ତେବେ ଚଢ଼ାଉ ବେଳେ ପାର୍ଲର ଭିତରେ ୩ ଜଣ ଦେହଜୀବୀଙ୍କ ଓ ୩ ଜଣ ଗ୍ରାହକ ଅସଂଯତ ଅବସ୍ଥାରେ ଥିଲେ । ଏ ସଂପର୍କରେ ପୁଲିସ୍‌ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।