ସିସୋର ଚିଟଫଣ୍ଡ୍ ଲିଙ୍କ୍ ମାମଲା: ସାଂସଦ ରବୀନ୍ଦ୍ର ଜେନାଙ୍କୁ ୬ ଘଂଟାର ମାରାଥନ୍ ଜେରା କଲା ସିବିଆଇ

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସିବିଆଇରେ ହାଜର ହେଲେ ବାଲେଶ୍ୱର ବିଜେଡି ସାଂସଦ । ସିସୋର ଚିଟଫଣ୍ଡ ଲିଙ୍କ୍ ମାମଲାରେ ବାଲେଶ୍ୱର ବିଜେଡି ସାଂସଦ ରବୀନ୍ଦ୍ର ଜେନା ୬ ଘଂଟାର ମାରାଥନ ଜେରା କରିଛି ସିବିଆଇ । ତେବେ ଟଙ୍କା କାରବାର ନେଇ ପଚରାଉଚରା କରାଯାଇଥିବା କହିଛନ୍ତି ସାଂସଦ ରବୀନ୍ଦ୍ର ଜେନା । କହିଛନ୍ତି ସେ ସିସୋର ସଂସ୍ଥା ମୋ ଠାରୁ କିଛି ଟଙ୍କା ନେଇଥିଲା । ତେବେ ସେ କିଛି ଟଙ୍କା ଫେରି ପାଇଥିବା ବେଳେ ଆଉ କିଛି ବାକି ରହିଛି ।

ବକେୟା ଟଙ୍କାକୁ ନେଇ ସିବିଆଇ ଜେରା କରିଥିବା ବିଜେଡି ସାଂସଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସକାଳ ସାଢେ ୧୦ଟାରେ ସିବିଆଇରେ ହାଜର ହୋଇଥିଲେ ସାଂସଦ ରବୀନ୍ଦ୍ର ଜେନା । ଦୀର୍ଘ ୬ ଘଂଟାର ଜେରା ପରେ ଅପରାହ୍ନ ୪ଟାରେ ସେ ବାହାରିଥିଲେ । ସିସୋର ଠାରୁ ୧୮ କୋଟି ଟଙ୍କାର ଲୋନ ନେଇ ଚିଟଫଣ୍ଡ୍ ଠକେଇ ମାମଲା ଭିତରକୁ ଟାଣି ହୋଇଛନ୍ତି ସାଂସଦ ।