ଶିକ୍ଷକଙ୍କୁ ମହଙ୍ଗା ପଡିଲା ରୋମିଓ ଗିରି ! ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ

29

କନକ ବ୍ୟୁରୋ : ଶିକ୍ଷକଙ୍କୁ ମହଙ୍ଗା ପଡିଲା ରୋମିଓଗିରି  । ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗଛରେ ବାନ୍ଧି ନିସ୍ତୁକ ପିଟିଛନ୍ତି ଗ୍ରାମବାସୀ  । ଘଟଣାଟି ଘଟିଛି ଚାନ୍ଦବାଲିରେ  । ସୂଚନା ଅନୁସାରେ, ବାଂଶଡା ଥାନା ପଂଚମୁଖା ହାଇସ୍କୁଲର ଅଭିଯୁକ୍ତ ଶିକ୍ଷକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା  । ଫଳରେ ଅଭିଭାବକ ଏବଂ ଗ୍ରାମବାସୀ ଶିକ୍ଷକଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ଆଇନକୁ ହାତକୁ  ନେଇଥିଲେ  । ତେବେ ଘଟଣା ସ୍ଥଳରେ ପୁଲିସ ପହଚିଂ ଶିକ୍ଷକଙ୍କଉ ଉଦ୍ଧାର କରିଥିଲେ ।