ଖଣି ଇଲାକାରେ ସନା ମହାକୁଡଙ୍କ ସମରସଜ୍ଜା । ମୋଦି ଓ ସୋନିଆଙ୍କ ଠାରୁ ଅଧିକ ସମ୍ପତି ଦର୍ଶାଇଥିବା ବିଧାୟକ ଗଢିବେ ନୂଆ ପାର୍ଟି 

52

କନକ ବ୍ୟୁରୋ : ୨୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ଠାରୁ ଅଧିକ ସମ୍ପତିର ଅଧିକାରୀ ବୋଲି ନିର୍ବାଚନ କମିଶନଙ୍କ ନିକଟରେ ଆଫିଡେଭିଟ ଦେଇଥିବା ବିଧାୟକ ସନା ମହାକୁଡ ଗଢିବେ ନୁଆ ଦଳ । କେନ୍ଦୁଝର ରାଜନୀତିରେ ସ୍ୱାଧୀନ ବିଧାୟକ ଭାବେ ବିଧାନସଭାକୁ ଆସିଥିବା ଏହି ନେତାଙ୍କ ନୂଆ ଦଳ କେବଳ ନିଜ ଜିଳ୍ଲାରେ ସୀମିତ ରହିବ ନା ରାଜ୍ୟ ରାଜନୀତିର ଦୃଶ୍ୟପଟ୍ଟରେ ନିଜ ସ୍ଥିତି ଜାହିର କରିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

କେନ୍ଦୁଝର ଜିଲ୍ଲାର କୋଟିପତି ବିଧାୟକ ସନା ମହାକୁଡ ଗଢିବେ ନୂୃଆ ରାଜନୈତିକ ଦଳ । ନିଜ ନିର୍ବାଚନ ମଣ୍ଡଳୀ ଚମ୍ପୁଆ ସମେତ ସମଗ୍ର କେନ୍ଦୁଝର ଜିଲ୍ଲାରେ ପ୍ରଭାବ ବିସ୍ତାର କରିଥିବା ସନାଙ୍କ ଆଖି ଏବେ ରାଜ୍ୟ ରାଜନୀତି ଉପରେ । ‘ଜନସମୃଦ୍ଧ’ି ପାର୍ଟି ନାମରେ ଏହି ଦଳ ଗଢିବାପାଇଁ ସନା ମହାକୁଡ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ନିକଟରେ ଆବେଦନ କରିଛନ୍ତି । ଏ ନେଇ ଆୟୋଗ ମଧ୍ୟ ନୋଟିସ ଜାରି କରିସାରିଲେଣି । କିନ୍ତୁ ସ୍ୱାଧୀନ ଭାବରେ ପ୍ରଥମ ଥର ପାଇଁ ବିଧାନସଭାକୁ ଆସିଥିବା ଏହି ଧନୀ ବିଧାୟକ କଣ ପାଇଁ ଦଳ ତିଆରି କରିବାକୁ ମନ ବଳାଇଲେ ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା ।

 ଗୁଜୁରାଟ ଏବଂ ଉତରପ୍ରଦେଶରେ ଭୋଟ ବିଭାଜନ ରାଜନୀତିର ବିଶେଷ ପ୍ରଭାବ ପଡିଥିଲା । ଏପରିକି ସ୍ୱାଧୀନ ପ୍ରାର୍ଥୀ ଦିଆଯାଇ ପ୍ରାର୍ଥୀଙ୍କ ଭୋଟ ବିଭାଜନ ଫର୍ମୁଲାକୁ ଅନେକ ରାଜନୈତିକ ଦଳ ଆପଣାନ୍ତି । ତେଣୁ ଓଡିଶା କ୍ଷେତ୍ରରେ ଏଭଳି କିଛି ସମ୍ଭାବନାକୁ ସଂପୁର୍ଣ୍ଣ ଅସ୍ୱୀକାର କରାଯାଇ ପାରିବ ନାହିଁ । ଖଣି ଖାଦାନରେ ଭରା କେନ୍ଦୁଝର ବଦଳରେ ସନା ଯଦି ସାରା ରାଜ୍ୟ ଉପରେ ଆଖି ପକାଇ କିଛି ନିର୍ଦ୍ଦିଷ୍ଟ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଟାର୍ଗେଟ କରନ୍ତି, ତେବେ ଏକ ବଡ ଧରଣର ପ୍ରଭାବ ଅନୁଭୁତ ହୋଇପାରେ ।

ରାଜ୍ୟରେ ବିଜେଡିକୁ ଛାଡିଦେଲେ ଆଉ ସେଭଳି କୈ÷ାଣସି ଆଂଚଳିକ ଦଳ ସଫଳତା ପାଇନାହାନ୍ତି । ଆଂଚଳିକ ଅସ୍ମିତାର ରାଜନୀତି ସନା କରିବେ ନା ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଛାୟା ଦଳ ଭାବେ କାମ କରିବେ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ରାଜନୀତିରେ ଏହା ସ୍ପଷ୍ଟ, ସନା ଉଭୟ ସରକାରୀ ଓ ବିରୋଧୀ ଦଳଙ୍କର ଅତି ନିକଟରେ ରୁହନ୍ତି ।