ଆଧାର ଡାଟା ଲିକ ପରେ ଚେତିଲେ ସରକାର । ୧୨ନମ୍ବର ଡିଜିଟ ନୁହେଁ ଭର୍ଚୁଆଲ ଆଇଡି 

28

ଆଧାରର ସୁରକ୍ଷା ନେଇ ପ୍ରଶ୍ନ ଉଠିବା ପରେ ଏଥିରେ ବ୍ୟାପକ ପରିବର୍ତନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ତେବେ ଆଧାରରେ ରହୁଥିବା ୧୨ଅଙ୍କ ବିଶିଷ୍ଟ ନମ୍ବର ବଦଳାଇବାକୁ କେନ୍ଦ୍ର ଯୋଜନା କରୁଥିବା ଜଣାପଡୁଛି । ଆଉ ପ୍ରତି ଆଧାର କାର୍ଡ ପାଇଁ ଗୋଟିଏ ଭର୍ଚୁଆଲ ଆଇଡି ଦିଆଯିବ ।  ଆପଣ ଯେତେବେଳେ ବି କୌଣସି  ସ୍ଥାନରେ ଆପଣଙ୍କୁ ଆଧାର କାର୍ଡ ଦେବାକୁ ପଡିବ ୧୨ଅଂକ ବଦଳରେ ୧୬ ନମ୍ବର ବିଶିଷ୍ଟ ଭର୍ଚୁଆଲ ଆଇଡି ଦେବାକୁ ହେବ । ୟୁଆଇଡିଏଆଇ ଅନୁୁସାରେ, ଜୁନ ୧ରୁ ସମସ୍ତେ ଭର୍ଚୁଆଲ ଆଇଡି ଖୋଲିବା ବାଧ୍ୟତାମୂଳକର ହେବ ।

ମାର୍ଚରୁ ଏହି  ସୁବିଧା ଉପଲବଧ ହେବ । କିନ୍ତୁ ଜୁନ ୧ରୁ ଏହାକୁ ବାଧ୍ୟତାମୂଳକ କରାଯିବ ବୋଲି କହିଛି ୟୁଆଇଡିଏଆଇ । ତେଣୁ ଆଧାର କାର୍ଡ ଏଜେନ୍ସିମାନେ  ଖୁବ ଶୀଘ୍ର ଏଥିପାଇଁ  ପ୍ରସ୍ତୁତି କରିବା ଆବଶ୍ୟକ ବୋଲି  ୟୁଆଇଡିଏଆଇ ସତର୍କ କରାଇଦେଇଛି । ଏହାପରେ କୌଣସି ଏଜେନ୍ସି  ଭର୍ଚୁଆଲ ଆଇଡି ଖୋଲିବା ପାଇଁ  ମନାକରିପାରିବେ ନାହିଁ । ଏହା କେବଳ କେୱାଇସିରେ  ସୀମିତ  ରହିବ । ଏପରିକି ଏଜେନ୍ସିମାନେ ମଧ୍ୟ ଆଧାରରୁ ଡାଟା ଆକ୍ସେସ କରିପାରିବେ ନାହିଁ । ଏଜେନ୍ସିମାନେ କେବଳ ଭର୍ଚୁଆଲ ଆଇଡି ବ୍ୟବହାର କରି  ସମସ୍ତ କାମ କରିପାରିବେ ।

ଜଣେ ଚାହିଁଲେ ତାର ନିଜର ଭର୍ଚୁଆଲ ଆଇଡି ସୃଷ୍ଟି କରିପାରିବ । ଆପଣ ନିଜେ ନିଜର  ନମ୍ବର ପସନ୍ଦ କରି ଏଜେନ୍ସିକୁ ଦେଇପାରିବେ । ଏହା ଆପଣଙ୍କର ତଥ୍ୟକୁ  ସୁରକ୍ଷିତ ରଖିବା ସହ ଆପଣଙ୍କ ମୋବାଇଲରେ ଏହି ଆଇଡିକୁ  ଆପଣ ମୋବାଇଲରେ ରଖିପାରିବେ । ଏହାଦ୍ୱାରା  ଆଧାର କାର୍ଡ ଏଜେନ୍ସିମାନେ ବିନା ଅସୁବିଧାରେ ଏହି ସୁବିଧା ଲୋକଙ୍କୁ ଦେଇପାରିବେ । ତାସହ ଏଥିରେ କମ କାଗଜ ମଧ୍ୟ ସରିବ । ତାସହ ଏଜେନ୍ସି ମାନେ ଆପଣଙ୍କ ବେସ ନମ୍ବର ମଧ୍ୟ ଜାଣିପାରିବେ ନାହିଁ କିନ୍ତୁ ଆଧାର ସମ୍ପର୍କିତ  ସମସ୍ତ କାମ କରିପାରିବେ ।

ଏହି ସୁବିଧା ପ୍ରଦାନ ପାଇଁ ୟୁଆଇଡିଏଆଇ ଏଜେନ୍ସିକୁ ଦୁଇ ଭାଗରେ ବିଭକ୍ତ କରିଛି । ଲୋକାଲ ଓ  ଦ୍ୱିତୀୟ ଗ୍ଲୋବାଲ କାଟାଗୋରୀ ।  ଗ୍ଲୋବାଲ ଏଜେନ୍ସିମାନେ  ଆଧାର  ସହ ବେସ ନମ୍ବର ଦେଇପାରିବେ  ଓ  କିଛି ସୀମିତ ଲୋକାଲ ଏଜେନ୍ସିକୁ ଏହି ସୁବିଧା ମିଳିବ ।