ହାଡଭଙ୍ଗା ଶୀତରେ ଥରୁଛି ଓଡିଶା । ଭାଙ୍ଗିଲା ୩ ବର୍ଷର ରେକର୍ଡ । ଆହୁରି ୧୦ ଦିନ ବଢିବ ଶୀତ 

36

କନକ ବ୍ୟୁରୋ : ଗାଡି ଉପରେ ତୁଷାର ଚାଦର । ରାସ୍ତା-ଘାଟ, ଘରଦ୍ୱାର,  ସବୁଠି ହାଡଭଂଗା ଜାଡର ଚିହ୍ନ । ୩ ଡିଗ୍ରୀ ଥଣ୍ଡାରେ ଥରୁଛି ଓଡିଶାର କାଶ୍ମୀର । ଲଗାତର ୩ ଦିନ ହେଲା ଦାରିଙ୍ଗବାଡିରେ ତୁଷାରପାତ ହେଉଛି । ସକାଳ ୧୦ ଟା ଯାଏଁ ରାସ୍ତାଘାଟ ଦେଖାଯାଉନି । ନା ବାହାରକୁ ବାହାରି ହେଉଛି ନା ଘରେ ରହିପାରୁଛନ୍ତି ଲୋକେ । ଉପକୂଳରୁ ଉତର, ପୂର୍ବରୁ ପଶ୍ଚିମ , ସାରା ଓଡିଶାରେ ଶୀତ ଲହରି । ଅସହ୍ୟ ଥଣ୍ଡା । ଦିନ ତମାମ ଲାଗିରହୁଛି ଶୀତର ପ୍ରକୋପ । ଘଂଟା ଘଂଟା ଧରି ନିଆଁ ଆଗରେ ବସିରହୁଛନ୍ତି ଲୋକେ ।

ଇସ୍ପାତ ନଗରୀରେ ବି ଏଥର କଲବଲ କରୁଛି ଶୀତ । ଗଣ୍ଡା ଗଣ୍ଡା କାରଖାନା ଥିଲେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି । ଦେହ ଥରିଉଠୁଛି । ବିନା ସୁଇଟର, ଜ୍ୟାକେଟରେ ଘରୁ ବାହାରିବା ମୁସ୍କିଲ । ୩ ବର୍ଷର ରେକର୍ଡ ଭାଂଗିଛି ଏଥରର ଶୀତ । ଉତର-ପଶ୍ଚିମ ଦିଗରୁ ଥଣ୍ଡା ପବନ ବୋହିବା ଯୋଗୁଁ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ପାଣିପାଗ ବିଭାଗ କହିଛି, ଏଭଳି ପାଗ ଆହୁରି ୧୦ ଦିନ ଯାଏଁ ଲାଗି ରହିବ ।

ବଢୁଛି ଶୀତ, ଥରୁଛି ଓଡିଶା । ଦିନକୁ ଦିନ ପାରଦ ଖସିବାରେ ଲାଗିଛି । କାଲୁଆ ପବନରେ ଶୀତେଇ ଉଠୁଛି ଦେହ । ପ୍ରତିବର୍ଷ ଜାନୁଆରୀରେ ଶୀତ ଅନୁଭୂତ ହୁଏ, ତେବେ ଏଥରର ଶୀତ ଅଧିକ ଥରାଇଛି ଲୋକଙ୍କୁ ।