ମିଳୁନି ଟୋକନ । ଶହ ଶହ କ୍ୱିଂଟାଲ ଧାନ ରଖି କଟକ ସାଲେପୁର ମହଣ ଅଚଂଳର ଚାଷୀଙ୍କ ଧାରଣା

128

କନକ ବ୍ୟୁରୋ : ଉପକୂଳରେ ବି ଟୋକନ ଟେନସନ୍ । ସାଲେପୁର ରାମକୃଷ୍ଣପୁର ମହଣ ଅଂଚଳର ଚାଷୀଙ୍କୁ ମିଳୁନି ଟୋକନ । ବିକ୍ରି କରିପାରୁନାହାଁନ୍ତି ଧାନ । ମଣ୍ଡିରେ ଧାନ ବିକ୍ରି କରିନପାରିବାରୁ ଶହ ଶହ କୁଇଁଣ୍ଟାଲ ଧାନ ରଖି ଚାଷୀମାନେ ଧାରଣା ଦେଇଛନ୍ତି । ଧାରଣା ଦେଇଥିବା ଚାଷୀମାନେ କହିଛନ୍ତି, ଏକ ମାସରୁ ଅଧିକ ସମୟ ହେବ ଟୋକନ ପାଇଁ ଆବେଦନ କରିଥିଲେ ବି ପ୍ରକୃତ ଚାଷୀଙ୍କୁ ଟୋକନ ମିଳୁନାହିଁ ।

ହେଲେ କିଛି ଅଣଚାଷୀଙ୍କ ଜରିଆରେ ବେପାରୀମାନଙ୍କ ଧାନ ମଣ୍ଡିରେ ଧାନ ଉଠାଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ । ଅନ୍ୟପଟେ ଖୁବ ଶୀଘ୍ର ସେମାନଙ୍କ ଧାନ ଉଠାଯିବ ବୋଲି ସମ୍ପୃକ୍ତ ସମବାୟ ସମିତିର ସମ୍ପାଦକ କହିଛନ୍ତି ।