ମୌଳିକ ସୁବିଧାରୁ ବଂଚିତ ପାଳଲହଡ଼ା ବ୍ଲକ୍ ପେଚାମୁଣ୍ଡି ପଞ୍ଚାୟତର ଖଣ୍ଡୁଆଳସାହି : ନା ଅଛି ରାସ୍ତା ନା କୂଅ, ପାନୀୟ ଜଳ ପାଇଁ ଚୁଆ ଭରସା
କନକ ବ୍ୟୁରୋ : ପାଳଲହଡ଼ା ବ୍ଲକ୍ ପେଚାମୁଣ୍ଡି ପଞ୍ଚାୟତର ଖଣ୍ଡୁଆଳସାହି । ପ୍ରାୟ ୬୦ଟି ପରିବାର ବାସକରୁଥିବା ଏହି ଗାଁ ରାସ୍ତା, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଂଚିତ ହୋଇରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଡାଲୋ ଛକରୁ ପେଚାମୁଣ୍ଡି ମୁଖ୍ୟରାସ୍ତାରେ ଦୁଇ କି.ମି. ଗଲେ କିଛି ଦୂରରେ ପଡ଼େ ଖଣ୍ଡୁଆଳସାହି। ଗାଁକୁ ରାସ୍ତା ନାହିଁ। ପାଦଚଲା ରାସ୍ତାରେ ଗମନାଗମନ । ଗାଁର ଶିଶୁମାନେ ଦୁଇ କି.ମି. ଶିମିଳିପାଳ ଅଙ୍ଗନବାଡ଼ିକୁ ଓ ଛୋଟ ପିଲାମାନେ ୩ କି.ମି. ଦୂର ଡାଲୋ ସ୍କୁଲ୍କୁ ପଢ଼ିବାକୁ ଯାଉଛନ୍ତି। ରାସ୍ତା ଜଙ୍ଗଲିଆ ହୋଇଥିଲେ ବି ପିଲାମାନେ ସେଥିରେ ଚଳାଚଳ କରିବା ପାଇଁ ବାଧ୍ୟ ହେଉଛନ୍ତି । ଗାଁରେ ନଳକୂଅଟିଏ ନାହିଁ । ସେଠାରୁ ଦେଢ଼ କି.ମି. ଦୂରରେ ଜଙ୍ଗଲ ଭିତର ପାଦଚଲା ରାସ୍ତାରେ ଗଲେ ପଡ଼େ ମାଙ୍କଡ଼ା ନଦୀ । ନଦୀକୂଳରେ ଚୁଆ ଖୋଳି ଅଧିବାସୀମାନେ ପାନୀୟ ଜଳ ସଂଗ୍ରହ କରୁଛନ୍ତି। କି ଖରା, କି ବର୍ଷା, କି ଶୀତ ନଦୀକୂଳରୁ ପାଣିମୁନ୍ଦେ ନଆଣିଲେ ନଚଳେ ।