ରୋମାଂଟିକ୍ ରେଭେନ୍ସା ! ପୂରାତନ କ୍ୟାମ୍ପସରେ ପାଶ୍ଚାତ୍ୟର ଛିଟା

25

କଟକ ବ୍ୟୁରୋ, କନକ ନ୍ୟୁଜ୍ : ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ହୋଇ ସାରିଛି ରେଭେନ୍ସା । ମେଧାବୀ ଛାତ୍ରଛାତ୍ରୀଙ୍କୁ ସୃଷ୍ଟି କରିବାରେ କିର୍ତ୍ତୀମାନ ସ୍ଥାପନ କରିଛି ଏହି ଐତିହ୍ୟ ସମ୍ପନ୍ନ ଶିକ୍ଷାନୁଷ୍ଠାନ । କିନ୍ତୁ ଏହି ପୂରାତନ କ୍ୟାମ୍ପସରେ ଏବେ ପାଶ୍ଚାତ୍ୟର ଛିଟା । ରୋମାଣ୍ଟିକ୍ ହୋଇପଡିଛି ରେଭେନ୍ସା । ପାଠ କମ୍ ଆଉ ପ୍ରେମ ବେଶୀ । ପାଠ ପରିବର୍ତ୍ତେ ପ୍ରେମରେ ମାତି ଯାଉଛନ୍ତି ଛାତ୍ରଛାତ୍ରୀ । କେତେବେଳେ ରାଜନୀତି ତ ପୁଣି କେତେବେଳେ ପ୍ରେମନୀତି ପାଇଁ ନିନ୍ଦିତ ହେଉଛି ରେଭେନ୍ସା । ଆଉ ଗୋଳିଆ ହୋଇଯାଇଛି ଗୁରୁକୂଳର ପାଣି ।

ତେବେ ଏଭଳି ପରିବେଶ କିଛି ମେଧାବୀ ଛାତ୍ରଛାତ୍ରୀ ମର୍ମାହତ କରିଛି । ଶେଷରେ ଲୁଚି ଲୁଚି ଏସବୁ ଅଶାଳୀନ ଚିତ୍ରକୁ ଉତ୍ତୋଳନ କରି କନକ ନ୍ୟୁଜକୁ ଦେଇଛନ୍ତି । ଯାହାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । ଦେଖନ୍ତୁ ଏହି ରିପୋର୍ଟ ।