ପ୍ରଧାନଶିକ୍ଷକଙ୍କ ଦାଦାଗିରି ! ସର୍ବସମ୍ମୁଖରେ ସିଆରସିସିଙ୍କୁ ଚାପୁଡ଼ା ମାଡ

31

କେରାପୁଟ : ଶିକ୍ଷକଙ୍କ ଦାଦାଗିରି । ସିଆରସିସିଙ୍କୁ ଚାପୁଡ଼ା ମାରିଲେ ପ୍ରଧାନଶିକ୍ଷକ । ଏହି ଘଟଣା ଘଟିଛି କେରାପୁଟ ଜିଲ୍ଲା ଲମତାପୁଟ ବ୍ଳକ ଅନକାଡିଲି ୟୁଜିଏମଇ ସ୍କୁଲରେ । ସୂଚନା ଅନୁଯାୟୀ ଏହି ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନରେ ପଠାଇବା ପାଇଁ ଏକ ଚିଠି ନେଇ ସ୍କୁଲକୁ ଆସିଥିଲେ ସିଆରସିସି । ଏଥିରେ ଉତକ୍ଷିପ୍ତ ହୋଇ ସ୍କୁଲର ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ଦାସ ସିଆରସିସି ଭଗବତ ସାହୁଙ୍କୁ ଚାପୁଡା ମାରିଛନ୍ତି । ଏନେଇ ମାଛକୁଣ୍ଡ ଥାନାରେ ଏତଲା ଦେଇଛନ୍ତି ସିଆରସିସି । ମାଛକୁଣ୍ଡ ଥାନା ପୁଲିସ ସଂପୃକ୍ତ ପ୍ରଧାନଶିକ୍ଷକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।