ଖୋଲୁଛି ଡାର୍ଟି ଡାଡିଙ୍କ ପାପର ପେଡି । ଜେରା ବେଳେ ସତ ଓଗାଳିଲେ, କହିଲେ  ଓଡିଶାର ନୁହେଁ ପଶ୍ଚିମବଙ୍ଗରେ ପିଲାଙ୍କର କରାଯାଉଥିଲା ଧର୍ମ ପରିବର୍ତ୍ତନ 

286

କନକ ବ୍ୟୁରୋ : ଖୋଲୁଛି ଗୁଡ୍ ନ୍ୟୁଜ୍ ଇଣ୍ଡିଆର ପାପର ପେଡି । ପୁଲିସ୍ ଜେରା ବେଳେ ସତ ଓଗାଳିଛି ଫୟାଜ ରହେମାନ । ସେଲଟର ହୋମ ସହ ବିଦେଶୀ ଲିଙ୍କ ଥିବା କଥା ସ୍ୱୀକାର କରିଛି ଫୟାଜ୍ । ଧର୍ମାନ୍ତୀକରଣ ନେଇ ରେହମାନ କହିଛି-ଓଡିଶାରେ ନୁହଁ ବରଂ ପଶ୍ଚିମବଙ୍ଗ ନେଇ ପିଲାଙ୍କ ଧର୍ମ ପରିବର୍ତନ କରାଯାଉଥିଲା । ପୁଲିସ୍ ଆଗରେ ରଖିଥିବା ଏହି ସମସ୍ତ ତଥ୍ୟ ସଂପର୍କରେ ସୂଚନା ଦେଇଛନ୍ତି ଢ଼େଙ୍କାନାଳ ଏସପି । ଆଉ ଏସବୁ ଭିତରେ ରେହମାନଙ୍କ ରିମାଣ୍ଡ ଅବଧି ଆହୁରି ଦୁଇ ଦିନ ବୃଦ୍ଧି ପାଇଛି ।

ଗୁଡ୍ ନ୍ୟୁଜ୍ ଇଣ୍ଡିଆର ପାପର ପେଡି ଖୋଲିବା ପରେ ଏବେ ସେବାଶ୍ରମ ଛାଡି ଘର ବାହୁଡ଼ା କରୁଛନ୍ତି ଅନ୍ତେବାସୀ । ଏପରିକି ଗୁଡ୍ ନ୍ୟୁଜ୍ ଇଣ୍ଡିଆର ପୁରୀ ଶାଖାରେ ରହୁଥିବା ଅନ୍ତେବାସୀଙ୍କୁ ସିଡବ୍ଲୁସିରେ ହାଜର କରାଯାଇଛି । ସେଲଟର ହୋମ୍ ସିଲ୍ ହେବା ପରେ ପିଲାମାନଙ୍କୁ ଅଭିଭାବକମାନଙ୍କୁ ହସ୍ତାନ୍ତର କରାଯାଉଛି ।କେବଳ ପୁରୀ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ସମାନ ଚିତ୍ର ।

ଅନ୍ୟପଟେ ଫୟାଜ ରହେମାନଙ୍କ ସଂପର୍କରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ପୁଲିସ ଆଗରେ ରହେମାନ ସ୍ୱୀକାର କହିଛି-ସେଲଟର ହୋମ ସହ ଥିଲା ବିଦେଶୀ ଲିଙ୍କ୍ । ଏପରିକି ବିଦେଶରୁ ମୋଟା ଅଙ୍କର ଟଙ୍କା ଆସୁଥିବା କହିଛି ଫୟାଜ ରହେମାନ୍ ।

ସେବା ନାଁରେ ସେବାଶ୍ରମରେ ଯେଉଁ ସବୁ ଅମାନବୀୟ କାର୍ଯ୍ୟ ହେଉଥିଲା, ସେଥିରେ ଧର୍ମାନ୍ତୀକରଣ ପ୍ରସଙ୍ଗ ସାରା ଓଡ଼ିଶାକୁ ଦୋହଲାଇ ଦେଇଛି । ଧର୍ମାନ୍ତୀକରଣ ନେଇ ଗଣମାଧ୍ୟମ ପାଖରେ ପହଂଚିଥିବା ରହେମାନଙ୍କ ଭିଡିଓ, ଓଡ଼ିଶାର ନୁହେଁ ବରଂ ପଶ୍ଚିମବଙ୍ଗର ବୋଲି ସ୍ୱୀକାର କହିଛି ଏହି ପାପର ସୌଦାଗର । ପଶ୍ଚିମବଙ୍ଗ ସାଲିଆଗଡରେ ବଡ ବଡ ପିଲାଙ୍କୁ ନେଇ ସେଠାରେ ଧର୍ମ ପରିବର୍ତନ କରାଯାଇଥାଏ ବୋଲି ରେହମାନ ପୁଲିସ୍ ଆଗରେ କହିଛ ।ଏପଟେ ରେହମାନର ରିମାଣ୍ଡ ଅବଧି ଆଉ ଦୁଇ ଦିନକୁ ବୃଦ୍ଧି ପାଇଛି । ଆଉ ଏହି ରିମାଣ୍ଡ ଅବଧି ଭିତରେ ଆହୁରି ଅନେକ ଗୁମର ଫିଟିବ ବୋଲି ଆଶା କରାଯାଉଛି ।