ରେଭେନ୍ସା ବିଶ୍ୱବିଦ୍ୟାଳୟ ରାଗିଂ ଘଟଣାରେ ତଦନ୍ତ ଆରମ୍ଭ ! ଭିଜୁଆଲରେ ଥିବା ଜଣେ ଛାତ୍ରଙ୍କୁ ଅଟକ ରଖି ପୋଲିସର ପଚରାଉଚରା

31

କନକ ବ୍ୟୁରୋ : ରେଭେନ୍ସା ବିଶ୍ୱବିଦ୍ୟାଳୟ ରାଗିଂ ଘଟଣାରେ ପୁଲିସର ତଦନ୍ତ ଆରମ୍ଭ । ରେଭେନ୍ସା କ୍ୟାମ୍ପସରେ ପୁଲିସ ପହଂଚି ରାଗିଂ ଘଟଣା ସମ୍ପର୍କରେ ଛାନଭିନ ଆରମ୍ଭ କରିଛି । ରାଗିଂ ଭିଜୁଆଲରେ ଥିବା ଜଣେ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଏନେଇ କଟକ ଡିସିପି ଅଖିଳେଶ୍ୱର ସିଂହ ପ୍ରତିକ୍ରିୟା ରଖିଛନ୍ତି । ଘଟଣାରେ ଜଣେ ଛାତ୍ରଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସେ ସୂଚନା ଦେଇଛନ୍ତି ।

ତେବେ ଆକ୍ରମଣ ଘଟଣାରେ ଏକାଧିକ ଛାତ୍ର ସମ୍ପୃକ୍ତ ଥିବା ବେଳେ ତାଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଡିସିପି କହିଛନ୍ତି । ତେବେ ଏପରି ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେନେଇ କୂଳପତିଙ୍କ ସହ ଆଲୋଚନା କରାଯିବ ବୋଲି ଡିସିପି କହିଛନ୍ତି । ସେପଟେ ରେଭେନ୍ସା କୁଳପତି ପ୍ରକାଶ ଷଡଙ୍ଗୀ କହିଛନ୍ତି ଯେ, ଆଭ୍ୟନ୍ତରୀଣ କମିଟି ନିଷ୍ପତି ପରେ ତଦନ୍ତ କରିବ ଶୃଙ୍ଖଳା କମିଟି । ତଦନ୍ତ ସମୟରେ ହଷ୍ଟେଲ ସମ୍ମୁଖରେ ଲାଗିଥିବା ସିସିଟିଭି ଫୁଟେଜ ବି ଯାଂଚ ହେବ ।