ରଥଯାତ୍ରା ବିଶୃଙ୍ଖଳାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ! ବ୍ୟବସ୍ଥାବଳୀ ଉଂଲଘନ କରିଥିବା ୪୨ ଜଣ ସେବାୟତଙ୍କୁ ନୋଟିସ୍ । 

36
କନକ ବ୍ୟୁରୋ : ମହାପ୍ରଭୁଙ୍କ  ରଥଯାତ୍ରା ବିଶୃଙ୍ଖଳାକୁ  ନେଇ ଶ୍ରୀମନ୍ଦିର ପ୍ରଶାସନ କଠୋର  ଆଭିମୁଖ୍ୟ ଗ୍ରହଣ  କରିଛି ।  ବ୍ୟବସ୍ଥାବଳୀ ଉଲ୍ଲଙ୍ଘନ କରିଥିବା ୪୨ ଜଣ ସେବାୟତଙ୍କୁ  ନୋଟିସ  ହୋଇଛି । ଏହି ୪୨ ଜଣ ସେବାୟତଙ୍କ ମଧ୍ୟରେ କିଛି ବରିଷ୍ଠ ସେବାୟତ ଅଛନ୍ତି ।  ରଥଯାତ୍ରା ସମୟରେ ଏମାନେ ବ୍ୟବସ୍ଥାବଳୀ  ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଥିଲା ।  ସିସିଟିଭି ଫୁଟେଜ ଯାଂଚ ପରେ  ଶ୍ରୀମନ୍ଦିର ପ୍ରଶାସନ ଏଭଳି ପଦକ୍ଷେପ ନେଇଛି ।  ସେବାୟତ କାରଣ ଦର୍ଶାଇବା ପରେ ପରବର୍ତୀ ପଦକ୍ଷେପ ନିଆଯିବ । ମହାପ୍ରଭୁଙ୍କ ସ୍ନାନଯାତ୍ରାରୁ ନୀଳାଦ୍ରୀବିଜେ ଯାଏଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବ୍ୟବସ୍ଥାବଳୀ ଗ୍ରହଣ କରାଯାଇଥିଲା । ମାତ୍ର କିଛି ସେବାୟତ ଏହାକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଥିଲେ ।

ସେବାୟତମାନେ ଦାନଦକ୍ଷିଣା ନେବା ସହିତ ଭକ୍ତଙ୍କୁ ରଥ ଉପରକୁ ଚଢାଇବା ଭଳି ଅଭିଯୋଗ ଆସିଥିଲା ।  ଶ୍ରୀମନ୍ଦିରର କ୍ଲୋଜ ସର୍କିଟ କ୍ୟାମେରା ଯାଂଚ ବେଳେ ୪୨ ଜଣ ସେବାୟତ ବ୍ୟବସ୍ଥାବଳୀ ଉଲ୍ଲଙ୍ଘନ କରିଥିବା ଜଣାପଡିଥିଲା । ଏ ନେଇ ପରିଚାଳନା କମିଟିରେ ଆଲୋଚନା ହେବା ପରେ ସେବାୟତଙ୍କୁ ନୋଟିସ ଜାରି କରାଯାଇଛିା