ଅଳ୍ପକେ ବର୍ତ୍ତିଲେ ସାଂସଦ ଅନୁଭବ ମହାନ୍ତି : ଜମ୍ମୁ କାଶ୍ମୀରରେ ସୁଟିଂ ସାରି ଫେରୁଥିବା ବେଳେ ଉଗ୍ରବାଦୀ ଆକ୍ରମଣର ଶିକାର ହୋଇଥିଲେ

248

କନକ ବ୍ୟୁରୋ : ଅଳ୍ପକେ ବଞ୍ଚିଯାଇଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଏକ ସିନେମାର ସୁଟିଂ ପାଇଁ ଜମ୍ମୁ କାଶ୍ମୀର ଯାଇଛନ୍ତି ଅନୁଭବ ମହାନ୍ତି । ତେବେ ଓଡ଼ିଆ ଫିଲ୍ମର ସୁଟିଂ ପାଇଁ ଯାଇଥିବା ଅନୁଭବ ମହାନ୍ତି ସୁଟିଂ ସାରି ଫେରୁଥିବା ବେଳେ ଉଗ୍ରବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲେ । ତେବେ ସୌଭାଗ୍ୟବଶତ ଅଳ୍ପକେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅନୁଭବ ମହାନ୍ତ।

ସୂଚନା ଅନୁଯାୟୀ ସାଂସଦ ଅନୁଭବ କାଶ୍ମୀରର ଦୁଢପଟନୀ ଅଞ୍ଚଳକୁ ‘ପ୍ରେମ କୁମାର’ ଫିଲ୍ମର ସୁଟିଂ ପାଇଁ ଯାଇଥିଲେ । ସେଠାରୁ ସୁଟିଂ ସାରି ଏକ ଗାଡ଼ିରେ ଫେରୁ ଥିବା ବେଳେ ବାରମୁଲ୍ଲା ଅଞ୍ଚଳରେ ଦୁଇ ଜଣ ଆତଙ୍କବାଦୀ ଜାତୀୟ ରାଜପଥରେ ଯାଉଥିବା ଗାଡ଼ିଗୁଡିକ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ସେହି ସମୟରେ ଗାଡ଼ିରେ ଅନୁଭବଙ୍କ ସହିତ କ୍ୟାମେରା ମ୍ୟାନ୍ ରବିନ୍ଦ୍ର ବେହେରା, ମେକଅପ୍ ମ୍ୟାନ ରାଜକିଶୋର ବେହେରା, ସୁଜିତ ଦଳେଇ ଥିବା ବେଳେ ଅନ୍ୟ ଏକ ଗାଡ଼ିରେ ନିର୍ଦ୍ଦେଶକ ତାପସ ସରଘରିଆଙ୍କ ସହ ଅନ୍ୟ ୫ ଜଣ ଥିଲେ ।

ଆତଙ୍କବାଦୀଙ୍କୁ ପୁଲିସ ପାଲଟା ଜବାବ ଦେବା ବେଳେ ସେହି ରାସ୍ତାରେ କିଛି ସମୟ ଉଭୟପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା । ଅନ୍ୟପଟେ ଅନୁଭବଙ୍କ ଗାଡ଼ିକୁ ଜୋରରେ ସେହି ଅଞ୍ଚଳରୁ ନେଇ ଯିବା ପାଇଁ ଡ୍ରାଇଭର ଉଦ୍ୟମ କଲା ବେଳେ ଗାଡ଼ିର ବ୍ରେକ୍ ଫେଲ୍ ହୋଇଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଡ୍ରାଇଭର ଗାଡ଼ିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ । ସଂଧ୍ୟାରେ ଅନୁଭବ ଓ ତାଙ୍କର ସହଯୋଗୀ ସୁରକ୍ଷିତ ଭାବେ ଦିଲ୍ଲୀ ଫେରି ଆସିଥିବା ସୂଚନା ମିଳିଛି ।