ତେଲ ଦରରେ ଲାଗିଲା ନିଆଁ : ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ୮୦ଟପିଲା ପେଟ୍ରୋଲ, ୭୮ ଉପରେ ଡିଜେଲ ଦର

46

କନକ ବ୍ୟୁରୋ : ତେଲ ଦରରେ ଲାଗିଛି ନିଆଁ । ତୈଳ ଦର କରୁଛି ପକେଟ ଉପରେ ମାଡ । ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ପ୍ରମୁଖ ଅଂଚଳରେ ପେଟ୍ରୋଲ ଓ ଡିଜେଲ ଦର ୮୦ ଅତିକ୍ରମ କରିଛି । ରାଜ୍ୟର ଦକ୍ଷିଣ ଜିଲ୍ଲାଗୁଡିକରେ ବିଶେଷକରି କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ତୈଲ ଦର ଢେର ଅଧିକ ରହିଛି । କୋରାପୁଟ ଜୟପୁରରେ ପେଟ୍ରୋଲ ଲିଟର ପିଚ୍ଛା ୮୩ ଟଙ୍କା ୩୦ ପଇସା ରହିଥିବାବେଳେ ଡିଜେଲ ଲିଟର ପିଚ୍ଛା ରହିଛି ୮୧ ଟଙ୍କା ୮୩ ପଇସା । ନବରଙ୍ଗପୁରରେ ପେଟ୍ରୋଲ ରହିଛି ୮୩ଟଙ୍କା ୫୪ ପଇସା ରହିଥିବାବେଳେ ଡିଜେଲ ଅଛି ୮୨ ଟଙ୍କା ୪୭ ପଇସା । ତେବେ ଓଡିଶାର ମାଲକାନଗିରିରେ ପେଟ୍ରୋଲ ଦର ସର୍ବାଧିକ ହୋଇଛି ।  ପେଟ୍ରୋଲ ଦର ଲିଟର ପିଛା ୮୩ ଟଙ୍କା ୯୫ ପଇସା ଓ ଡିଜେଲ ଦର ୮୨ ଟଙ୍କା ୪୭ ପଇସାରେ ପହଁଚିଛି ।

ଭୁବନେଶ୍ୱରରରେ ପ୍ରଥମ ଥର ଲାଗି ପେଟ୍ରୋଲ ଲିଟର ପିଛା ୮୦ ଅତିକ୍ରମ କରିଛି । ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୧୩ ପଇସା ରହିଥିବାବେଳେ ଡିଜେଲ ଦର ୭୮ ଟଙ୍କା ୬୫ ପଇସାରେ ପହଁଚିଛି । ଅର୍ଥାତ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ମାତ୍ର ୨ ଟଙ୍କାର ଫରକ ରହିଛି । ବ୍ରହ୍ମପୁରରେ ପେଟ୍ରୋଲ ଦର ୮୧ ଟଙ୍କା ୦୬ ପଇସା ଓ ଡିଜେଲ ଲିଟର ପ୍ରତି ୭୯ ଟଙ୍କା ୫୯ ପଇସା ରହିଛି । ଯାଜପୁରରେ ପେଟ୍ରୋଲ ଲିଟର ପିଛା ୮୦ଟଙ୍କା ୨୪ ପଇସା ଓ ଡିଜେଲ ଲିଟର ପିଛା ୭୮ ଟଙ୍କା ୭୪ ପଇସା ହୋଇଛି ।

ସେହିଭଳି ଆମେ ଯଦି ଦେଶର ପ୍ରମୁଖ ମହାନଗରୀ ଗୁଡିକର ଚିତ୍ର ଦେଖିବା ତାହାହେଲେ ଏହି ସହରଗୁଡିକରେ ପେଟ୍ରୋଲ ଦର ଢେର ଅଧିକ ରହିଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ରହିଛି ୮୮ ଟଙ୍କା ୬୭ ପଇସା ଓ ଡିଜେଲ ଲିଟର ପିଛା ୭୭ଟଙ୍କା ୮୨ ପଇସାରେ ପହଁଚିଛି । । ଦିଲ୍ଲୀରେ ପେଟ୍ରୋଲ ୮୧ ଟଙ୍କା ୨୮ ପଇସା ଓ ଡିଜେଲ ଲିଟର ପିଛା ରହିଛି ୭୩ ଟଙ୍କା ୩୦ ପଇସା । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୮୪ ଟଙ୍କା ୪୯ ପଇସା ଓ ଡିଜେଲ ୭୭ ଟଙ୍କା ୪୯ ପଇସା ରହିଛି । କୋଲକାତାରେ ପେଟ୍ରୋଲ ଲିଟର ପିଛା ରହିଛି ୮୩ ଟଙ୍କା ୧୪ ଟଙ୍କା ଓ ଡିଜେଲ ରହିଛି ୭୫ ଟଙ୍କା ୩୬ ପଇସା ।