ରଥଯାତ୍ରାକୁ ଆଉ ମାତ୍ର ୨ ଦିନ ଥିବାବେଳେ ଘଟିଛି ଅଘଟଣ ! ଭାଙ୍ଗିଗଲା ଦେବୀ ସୁଭଦ୍ରାଙ୍କ ରଥ ଚକର ଅଖ

55

କନକ ବ୍ୟୁରୋ : ରଥଯାତ୍ରାକୁ ଆଉ ମାତ୍ର ୨ ଦିନ ଥିବାବେଳେ ଆରମ୍ଭରୁ ଅଘଟଣ । ଭାଙ୍ଗିଯାଇଛି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଚକର ଅଖ । ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନର ଆଗ ଚକ ଅଖ ଭାଙ୍ଗିଯାଇଛି । ରଥର ମୁଖ୍ୟ ଅଂଗ କୁହାଯାଉଥିବା ଏହି ଅଖଟି ଚକ ନିକଟରୁ ଭାଂଗିଯାଇଛି । ସଂପୂର୍ଣ୍ଣ ଭାଂଗିଯାଇ ନ ପଡିବା ପାଇଁ ଭଂଗା ଅଖକୁ ଚେନ୍ ପୁଲି ସାହାଯ୍ୟରେ ବାନ୍ଧି ଦିଆଯାଇଛି । ଫଳରେ ଏବେ ଏହା ଝୁଲି ରହିଛି । ରଥର ଆଗ ଅଖ ହୋଇଥିବାରୁ ଏହା ଉପରେ ସବୁଠାରୁ ଅଧିକ ଚାପ ରହିଥାଏ । ଆଗରେ ଘୋଡା ଯୋଚାଯିବା ସହ ସାରଥି ଓ ଡାହୁକଙ୍କର ଭାର ରହିଥାଏ । ଆଗରେ ଚାରମାଳ ବନ୍ଧାଯିବା ସହ ଚଢିବା ଓ ଓହ୍ଲାଇବା କାମ ହେଉଥିବାରୁ ଏହା ଉପରେ ଭାର ଅଧିକ । ତେଣୁ ଅଖ ଭାଙ୍ଗିବା ପରେ ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ବଢିଯାଇଛି । ଭୁବନେଶ୍ୱରରୁ ୨ ଜଣିଆ ବିଶେଷଜ୍ଞ ଟିମ୍ ଯାଇ ଯାଂଚ କରୁଛି । ବିଶ୍ୱକର୍ମା ସେବାୟତମାନେ ଅଖକୁ ଯାଂଚ କରିବା ପରେ ମରାମତି କାମ କରିବେ । ତେବେ ସୁରକ୍ଷିତ ଭାବେ ଘୋଷଯାତ୍ରା ସମ୍ପାଦନ ହେବ ବୋଲି କହିଛନ୍ତି ସେବାୟତ ।