ସିବିଏସଇ ପରୀକ୍ଷାରେ ବିଭ୍ରାଟ ପ୍ରସଙ୍ଗ : ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟିବ ଅଭିଭାବକ ମହାସଂଘ
କନକ ବ୍ୟୁରୋ : ସିବିଏସଇ ପରୀକ୍ଷାରେ ହୋଇଥିବା ବିଭ୍ରାଟକୁ ନେଇ ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟିବ ଅଭିଭାବକ ମହାସଂଘ । ୫ ଦଫା ଦାବି ନେଇ ମହାସଂଘ ଭେଟିବ । ୫ ଦଫା ଦାବି ସହ ଏହି ପରିପ୍ରେକ୍ଷୀରେ ହୋଇଥିବା ଦସ୍ତଖତ ଅଭିଯାନକୁ ମଧ୍ୟ ମନ୍ତ୍ରୀଙ୍କୁ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ବିଶେଷ କରି ପରୀକ୍ଷା ଖାତା ପୁନଃ ମୂଲ୍ୟାୟନ,ମଡରେସନ ନୀତି ଲାଗୁ କରିବାକୁ ସଂଘ ଦାବି କରିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ପୁନଃ ମୂଲ୍ୟାୟନ ପାଇଁ ନିଆଯାଉଥିବା ଫି’କୁ ଛାଡ କରିବା, ବିଭ୍ରାଟରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ଆଡମିସନ କ୍ଷେତ୍ରରେ କୋହଳ କରିବା ଦାବି ରଖିବେ । ସେହିପରି ଏହି ବିଭ୍ରାଟର ଉଚ୍ଚସ୍ତରୀୟ ତଦନ୍ତ ସହ ଦାୟୀ ଅଧିକାରୀଙ୍କ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ମହାସଂଘ ଦାବି କରିବ ।