ରଥଯାତ୍ରା ସମନ୍ୱୟ କମିଟି ବୈଠକର ସଫଳତାକୁ ନେଇ ଆଶଙ୍କା ! ସେବାୟତଙ୍କ ଯୋଗଦାନକୁ ନେଇ ସନ୍ଦେହ

28

କନକ ବ୍ୟୁରୋ : ରଥଯାତ୍ରା ପ୍ରସ୍ତୁତି । ରଥଯାତ୍ରା ପାଇଁ ଆଜି ବସିବ ପ୍ରଥମ ସମନ୍ୱୟ କମିଟି ବୈଠକ । ତେବେ ଏହି ବୈଠକରେ ସେବାୟତମାନେ ଯୋଗଦେବେ କି ନାହିଁ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଗତବର୍ଷ ନିଳାଦ୍ରୀ ବିଜେ ସମୟରେ ମହିଳା ଶ୍ରଦ୍ଧାଳୁ ରଥ ଉପରକୁ ଚଢିବା ନେଇ ବିବାଦ ହୋଇଥିଲା ।

ଏହାକୁ ନେଇ ସେବାୟତ ମାନେ ବୈଠକରେ ଯୋଗଦେବେ ନାହିଁ ବୋଲି ଶ୍ରୀମନ୍ଦିରର ଚତୁଃପାଶ୍ୱର୍ରେ ଅଭିମାନ ଭରା ପୋଷ୍ଟର ମାରିଥିଲେ । ଆଜି ଆରଡିସିଙ୍କ ଅଧ୍ୟକ୍ଷତାରେ ସମନ୍ୱୟ କମିଟି ବୈଠକ ବସିବ । ସ୍ୱାସ୍ଥ୍ୟ, ପରିମଳ ଓ ରଥ ନିର୍ମାଣ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-