ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ୩ ବିଜେଡି ପ୍ରାର୍ଥୀ

51

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡିର ୩ ପୁରୁଖା ନେତା । ବିଧାନସଭା ରିଟର୍ଣିଂ ଅଫିସରଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ, ବିଷ୍ଣୁ ଦାସ ଓ ଏନ.ଭାସ୍କର ରାଓ । ପ୍ରଥମେ ପ୍ରସନ୍ନ ଆଚାର୍ଯ୍ୟ ପରେ ବିଷ୍ଣୁ ଦାସ ଓ ଶେଷରେ ଏନ.ଭାସ୍କର ରାଓ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ୨ ସେଟ୍ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ଜଣେ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହେବା ପାଇଁ ୩୭ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ତେଣୁ ସଂଖ୍ୟା ଦୃଷ୍ଟିରୁ ବିଜେଡିର ଏହି ୩ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ନିଶ୍ଚିତ । ଭୁପିନ୍ଦର ସିଂ, ବୈଷ୍ଣବ ପରିଡା ଓ ପ୍ୟାରୀମୋହନ ମହାପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କ ସ୍ଥାନରେ ଏହି ତିନି ନେତା ରାଜ୍ୟସଭା ଯିବେ ।

IMG-20160530-WA0002୨୦୦୯ ମସିହା ପରଠାରୁ ରାଜ୍ୟ ସଭା ନିର୍ବାଚନ ଆସିଲେ ବେଶ ଚର୍ଚ୍ଚାକୁ ଆସୁଥିଲା ଭାସ୍କର ରାଓଙ୍କ ନାଁ । ଯୋଜନା କମିଶନ ଉପାଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବି ମିଳିଥିଲା ଭାସ୍କର ରାଓଙ୍କୁ । ତଥାପି କୋରାପୁଟ ଓ ରାୟଗଡାରେ କ୍ଷମତା ରାଜନୀତିରେ ବେଶ ଚର୍ଚ୍ଚାରେ ଥିଲେ ଭାସ୍କର ରାଓ । ଅନେକ ଥର ଚର୍ଚ୍ଚାକୁ ଆସିବା ପରେ ଏଥର ତାଙ୍କ ମୁଣ୍ଡରେ ନବୀନ ସିରିପା ବାନ୍ଧିଛନ୍ତି ।

ପ୍ରସନ୍ନ ଆଚାର୍ଯ୍ୟ ବିଜେଡିର ଚଣେ ପୁରୁଖା ନେତା । ଦୁଇ ଦୁଇଥରର ସାଂସଦ ହେବା ସହ ଅର୍ଥ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସେ ସମ୍ଭାଳିଛନ୍ତି । ୨୦୧୪ରେ କିନ୍ତୁ ବିଜେପୁର ଆସନରୁ ପରାଜିତ ହୋଇଥିଲେ ପ୍ରସନ୍ନ । ଏଥର ରାଜସଭା ପାଇଁ ବରିଷ୍ଠଙ୍କୁ ଆଗ୍ରାଧୀକାର ଭିତିରେ ପ୍ରାଧାନ୍ୟ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ପାଂଚ ଥରର ବିଧାୟକ ହେବା ସହ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ରହିଥିଲେ ବିଷ୍ଣୁ ଦାସ । ହେଲେ ସବୁ ବେଳେ ବିବାଦ ଘେରରେ ରହି ଆସୁଥିବା ବିଷ୍ଣୁ କିନ୍ତୁ ୨୦୧୪ ନିର୍ବାଚନରେ ପରାଜୟ ସ୍ୱୀକାର କଲେ । ତଥାପି ନବୀନଙ୍କ ଗୁଡବୁକରେ ଥିିଲେ ବିଷ୍ଣୁ ଦାସ । ତାଙ୍କୁ ମିଳିଥିଲା ଜଗତସିଂହପୁର ଜିଲ୍ଲା ସଭାପତି । ଏହାପରେ ଏବେ ବିଷ୍ଣୁ ରାଜ୍ୟସଭା ପଠାଇବା ପାଇଁ ବାଛିଛନ୍ତି ନବୀନ ।