ରାଜନଗର ବ୍ଲକ୍ ବ୍ରାହ୍ମଣୀସାହି ଗାଁରେ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ : କ୍ଷତିପୂରଣ ଦାବିରେ ଲୋକଙ୍କ ରାସ୍ତାରୋକ

24

କନକ ବ୍ୟୁରୋ : ରାଜନଗର ବ୍ଲକ ବ୍ରାହ୍ମଣୀସାହି ଗାଁରେ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁକୁ କେନ୍ଦ୍ରକରି ଉତ୍ତେଜନା ଦେଖାଦେଇଛି ।  କ୍ଷତିପୂରଣ ଦାବିରେ ଲୋକେ ରାସ୍ତାରୋକ କରିଛନ୍ତି । ଗତକାଲି ରାତିରେ ଗାଁର ରବିସେଠୀ ଅନ୍ୟ ଦୁଇଜଣଙ୍କ ସହ ଗାଁକୁ ଫେରୁଥିବାବେଳେ ରାଜନଗର ଷ୍ଟେଟବ୍ୟାଙ୍କ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।

ଏକ ଟ୍ରକ ସେମାନଙ୍କ ଉପରେ ମାଡିଯାଇଥିଲା । ଏଥିରେ ରବିସେଠୀ ପ୍ରାଣ ହରାଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଥିଲେ । କ୍ଷତିପୂରଣ ଦାବିରେ ମୃତଦେହ ରଖି ସ୍ଥାନୀୟ ଲୋକେ ଆଜି ସକାଳୁ ରାସ୍ତାରୋକ କରିଛନ୍ତି ।