ମାଲକାନଗିରି ପରେ କଳାହାଣ୍ଡିରେ ରାଇସ ମିଲରେ ରେଡ । କୋକସରା ଯୋଗାଣ ବିଭାଗ ଚଢାଉ କରି ୬ ଶହ ବସ୍ତା ଧାନ ଓ ଟ୍ରକ ଜବତ ।

16

କନକ ବ୍ୟୁରୋ : ବେଆଇନ ଧାନଗଚ୍ଛିତ ଅଭିଯୋଗରେ ଯେଗାଣ ବିଭାଗର ଚଢଉ । କଳାହାଣ୍ଡି ଜିଳ୍ଲା କୋକସରା ବ୍ଳକ ଅନ୍ତର୍ଗତ ଲଡୁଗାଁରେ କେତେକ ଅସାଧୁ ବ୍ୟବସାୟୀ ବେଆଇନ ଭାବେ ଧାନ ଗଛିତ ରଖିବା ଖବର ପାଇ ଯୋଗାଣ ବିଭାଗ ମାରାଥନ ଚଢ଼ାଉ ଜାରି ରଖିଛି । ଗତ ଶନିବାର ଶଙ୍କର ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କ ଗୋଦାମରେ ଚଢଉ କରି ପାଖାପାଖି ଛଅଶହ ବସ୍ତା

ବେଆଇନ ଭାବେ ଗଚ୍ଛିତ ରଖିଥିବା ଧାନ ଜବତ କରିଥିଲା ଯୋଗାଣ ବିଭାଗ । ଧାନବେଝେଇ ଟ୍ରକ ଜବତ ହୋଇଛି । ସେହିପରି ଗତକାଲି ଲଡୁଗାଁର ଅନ୍ୟଜଣେ ବ୍ୟବସାୟୀ ଅନିଲ ଅଗ୍ରଓ୍ାଲଙ୍କ ଘରେ ଚଢ଼ଉ କରି ପାଖାପାଖି ୬ଶହବସ୍ତା ଧାନ ବସ୍ତା ଜବତ କରିଛି ବିଭାଗ । ଧର୍ମଗଡ ଉପଖଣ୍ଡ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ ଦାସଙ୍କ ନେତୃତ୍ୱରେ ଏହି ଚଢ଼ଉ କରାଯାଇଥିଲା । ଏହା ସହିତ ଛତିଶଗଡକୁ ଚୋରାଚାଲଣ ହେଉଥିବା ଏକ ଟ୍ରକକୁ ମଧ୍ୟ ଜବତ କରିଛି ତଦନ୍ତକାରୀ ଟିମ୍ ।