ଟିଆରପି ରାଜନୀତି କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ରାହୁଲ୍ ଗାନ୍ଧି

34

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଜନା କେବଳ ଟିଆରପି ପାଇଁ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ୍ ଉପାଧ୍ୟକ୍ଷ ରାହୁଲ୍ ଗାନ୍ଧି । ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଅନୁପସ୍ଥିତିରେ ଆଜି କଂଗ୍ରେସ ସଂସଦୀୟ ଦଳର ବୈଠକରେ ଅଧ୍ୟକ୍ଷତା କରି ଏହା କହିଛନ୍ତି ରାହୁଲ୍ ।

ବିମୁଦ୍ରାକରଣ ହେଉ କି କଶ୍ମୀର ପ୍ରସଙ୍ଗ ହେଉ ମୋଦି ସରକାର କେବଳ ଟେଲିଭିଜନ ରେଟିଂ ପଏଂଟ ଉପରେ ଆଧାର କରି ପ୍ରସ୍ତୁତ କରୁଛନ୍ତି । ଏହି ସରକାର କେବଳ ପ୍ରଚାର ସର୍ବସ୍ୱ ବୋଲି ସମାଲୋଚନା କରିଛନ୍ତି ରାହୁଲ୍ । ପାକିସ୍ତାନ ନେଇ କେନ୍ଦ୍ର ସରକାରଙ୍କ କୌଣସି ନିର୍ଦ୍ଦିଷ୍ଟ ନୀତି ଥିବା ପରି ଅନୁମାନ କରିହେଉ ନାହିଁ ବୋଲି ସେ କହିଛନ୍ତି ।

ଗତ ଏକ ଦଶନ୍ଧି ମଧ୍ୟରେ ଚଳିତ ବର୍ଷ ସର୍ବାଧିକ ୮୫ ଜଣ ଜବାନ ସହିଦ ହୋଇଛନ୍ତି । ଏହା ଦୁର୍ଭାଗ୍ୟଜନକ ବୋଲି ରାହୁଲ୍ କହିଛନ୍ତି । ସେହିପରି ବିଶ୍ୱର ସବୁଠାରୁ ତୀବ୍ର ବିକାଶ ଲାଭ କରୁଥିବା ଅର୍ଥନୀତି ଉପରେ ବିମୁଦ୍ରକରଣ କରି ମୋଦି ଆତର୍କିତ ଆକ୍ରମଣ କରିଛନ୍ତି । ଏହାର ପରିଣାମ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡୁଛି ବୋଲି ରାହୁଲ ତାଙ୍କ ଉଦବୋଧନରେ କହିଛନ୍ତି ।