ପୁଲୱାମା ଆତଙ୍କୀ ହମଲା । ୨ଦିନ ପରେ ସହିଦ ପୁଅର ମରଶରୀରକୁ ଦେଖି କଇଁ କଇଁ ହୋଇ କାନ୍ଦୁଛି ମାଆ ।

328

କନକ ବ୍ୟୁରୋ: ଯେଉଁ ପୁଅକୁ ଅନେକ ଦୁଃଖ କଷ୍ଟ ସହି ଜନ୍ମ ଦେଇଥିଲା ମାଆ । ସେ ଆଉ ଏକ ମାଆ ପାଇଁ ସହିଦ ହୋଇଯାଇଛି । ପୁଲୱାମା ଆତଙ୍କୀ ହମଲାରେ ସହିଦ ହୋଇଥିବା ୨ ଓଡ଼ିଆ ଯବାନଙ୍କ ମଧ୍ୟରୁ କଟକ ରତନପୁର ଗାଁର ମାନୋଜ ବେହେରାଙ୍କ ପରିବାର କାନ୍ଦ ବୋବାଳିରେ ଫାଟିପଡ଼ୁଛି । ଯେଉଁ ପୁଅ କିଛି ଦିନ ପୂର୍ବେ ଛୁଟି କଟାଇ ପୁଣି ଦେଶପାଇଁ ଲଢ଼ିବାକୁ ଅଣ୍ଟା ଭିଡ଼ି ଚାଲିଯାଇଥିଲା ସେ ଆଉ ଏ ଦୁନିଆରେ ନାହିଁ ବୋଲି ତା ମାଆ ବିଶ୍ୱାସ କରିପାରୁନି । ଆଉ ପୁଅର ମରଶରୀରକୁ ଦେଖି ଲୋତକ ଭରା ଚାହାଣୀରେ କଇଁ କଇଁ ହୋଇ କାନ୍ଦୁଛି ମାଆ ।

ପୁଲୱାମାରେ ଯେଉଁ ନାରକୀୟ କାଣ୍ଡ ଘଟାଇଲେ ଆତଙ୍କବାଦୀ ସେଥିରେ ଦେଶର ୪୦ରୁ ଉଦ୍ଧ୍ୱର୍ ଯବାନମାନେ ସହିଦ ହୋଇଗଲେ । ଆଉ ସେଥିମଧ୍ୟରୁ ୨ ଓଡ଼ିଆ ଯବାନ ଜଗତସିଂହପୁରର ପ୍ରସନ୍ନ ସାହୁ ଏବଂ କଟକ ରତନପୁରର ଅଞ୍ଚଳର ମନୋଜ ବେହେରାଙ୍କ ପାର୍ଥିବ ଶରୀର ଜନ୍ମମାଟିକୁ ଅଣାଯାଇଛି । ଏହି ଦୁଇ ବୀର ଯବାନଙ୍କ ମରଶରୀରକୁ ଭୁବନେଶ୍ୱର ବିମାନବନ୍ଦରରେ କୋହଭରା ହୃଦୟରେ ଶେଷ ସଲାମ ଦେଇଛନ୍ତି ଲକ୍ଷ ଲକ୍ଷ ରାଜ୍ୟବାସୀ । ଆଉ ଦେଶପାଇଁ ବଳିଦାନ ଦେଇଥିବା ବାପା-ମାଆଙ୍କର ଗୋଟିଏ ବୋଲି ପୁଅ ମନୋଜଙ୍କୁ ଦେଖି ପାଇଁ ତାଙ୍କ ମାଆ ବାହୁନି ବାହୁନି କାନ୍ଦୁଛନ୍ତି ।

ସେପଟେ କଥା କହୁ କହୁ ପାଟି ଖନି ମାରିଯାଉଛି । କେମିତି ସହିବ ସେ ମାଆ ଯିଏ ୧୦ ମାସ ୧୦ ଦିନ କଷ୍ଟ ସହି ଛୋଟରୁ ବଡ଼ କରିଥିଲା ସେହି ପୁଅର ମରଶରୀକୁ ଦେଖିବା ପାଇଁ ୨ ଦିନ ହେବ ଅପେକ୍ଷା କରିଛି । ମାଟି ମା’ ପାଇଁ ଲଢ଼ିବାକୁ ଯାଇଥିବା ପୁଅକୁ ବିଦାୟ ଦେବାବେଳେ ମନଭରି ପୁଅକୁ ଟିକେ ସ୍ନେହ କରି ପାରିନଥିଲା କାରଣ ପୁଅ କହିଥିଲା ଖୁବ୍ ଶୀଘ୍ର ଘରକୁ ଫେରିବ । ହେଲେ ଏବେ ପୁଅର ମରଶରୀର ଫେରିଛି । ଦେଶ ପାଇଁ ସିନା ସହିଦ ହେଇଗଲା ସଭିଏଁ କହିବେ କିନ୍ତୁ ସେହି ମାଆ ଜାଣେ ତା ମନରେ ଏବେ ଯେଉଁ କୋହଭରା ଲୁହ ଆଉ ଯନ୍ତ୍ରଣାରେ ସେ ଜଳୁଛି । ଆଉ ବାହୁନି ବାହୁନି କାନ୍ଦୁଛି ପୁଅର ପାର୍ଥିବ ଶରୀରକୁ ଧରି ।