ଶ୍ରୀକ୍ଷେତ୍ର ପାଲଟିଲା ଋଣକ୍ଷେତ୍ର । ଧାଡି ଦର୍ଶନକୁ ବିରୋଧ କରି ପୁରୀରେ ଲଙ୍କାକାଣ୍ଡ । ବିଭିନ୍ନ ସ୍ଥାନରେ ବ୍ୟାପକ ପୋଡାଜଳା, ଭଙ୍ଗାରୁଜା

46

କନକ ବ୍ୟୁରୋ: ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ପୁରୀ ଶ୍ରୀମନ୍ଦିରରେ ଉତେଜନା । ଆନ୍ଦୋଳନକାରୀ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଆନ୍ଦୋଳନକାରୀଙ୍କ ଉପରେ ପୁଲିସ ଲାଠିଚାର୍ଜ କରିଛି । ଲୁହବୁହା ଗ୍ୟାସ ଓ ରବର ଗୁଳି ମାଡ ମଧ୍ୟ କରାଯାଇଛି । ବଳଗଣ୍ଡି ଛକରେ ଟ୍ରାଫିକ ପୋଷ୍ଟ ପୋଡିଦେଇଛନ୍ତି ଆନ୍ଦୋଳନକାରୀ । ପୁରୀ ଟାଉନ ଥାନାରୁ ସିଂହଦ୍ୱାର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଆଜି ଭକ୍ତ ମାନେ ବ୍ୟାରିକେଡ ଭାଙ୍ଗି ମୁଖ୍ୟଦ୍ୱାର ସମେତ ବିଭିନ୍ନ ଦ୍ୱାରରେ ଧସେଇ ପଶିଛନ୍ତି ।

୨ଟି ସ୍କାନର ମେସିନ, ୪ଟି ମେଟାଲ ଡିଟେକ୍ଟର ଭାଙ୍ଗିବା ସହ ଚାରିଦ୍ୱାରରେ ଲାଗିଥିବା ହୋର୍ଡିଂକୁ ଚିରି ଦେଇଛନ୍ତି । ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଜୋତାଷ୍ଟାଣ୍ଡକୁ ଭାଙ୍ଗିଦେଇଛନ୍ତି । ଏହାକୁ ନେଇ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ସିଂହଦ୍ୱାର ଥାନା ଉପରକୁ ଢେଲା ପଥର ମାଡ କରିବା ସହ କାର୍ଯ୍ୟାଳୟର ଆସବା ପତ୍ର ଭଙ୍ଗାରୁଜା କରିଛନ୍ତି । ଶ୍ରୀମନ୍ଦିର ସମ୍ମୁଖରେ ଥିବା ଟେଣ୍ଡରେ ନିଆଁଲଗାଇବାସହ ରାସ୍ତାରୋକ ରରିଛନ୍ତି ଆନ୍ଦୋଳନକାରୀ ।

ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘର ଆଗରେ ବି ବିକ୍ଷୋଭ କରାଯାଇଛି । ମାର୍କେଟ ଛକରେ ଥିବା ଟ୍ରାଫିକ ପୋଷ୍ଟ ମଧ୍ୟ ଆନ୍ଦୋଳନକାରୀ ଭାଗିଦେଇଛନ୍ତ । ସେପଟେ ଧାଡି ଦର୍ଶନକୁ ବିରୋଧ ସହ ୯ ଦଫା ଦାବିରେ ପୁରୀରେ ଆଜି ଶ୍ରୀଜଗନ୍ନାଥ ସେନା ୧୨ ଘଂଟିଆ ବନ୍ଦ ପାଳନ କରୁଛି । ଏହାକୁ ବିଭିନ୍ନ ଅନୁଷ୍ଠାନ ଓ ରାଜନୈତିକ ଦଳ ସମର୍ଥନ କରଛନ୍ତିି । ଫଳରେ ପୁରୀ ଏକପ୍ରକାର ଠପ୍ ହୋଇଯାଇଛି । ଦୋକାନବଜାର ବନ୍ଦ ରହିଛି ।

ଧାଡି ଦର୍ଶନରେ ଅସୁବିଧା କଣ?

• ଶ୍ରୀଜିଉଙ୍କ ଦର୍ଶନ କରିବା ପାଇଁ ଲାଗିବ ଅଧିକ ସମୟ

• ଜଗାକୁ ଅଳ୍ପ ସମୟ ଦେଖିପାରିବେ ଭକ୍ତି

• ଧାଡିରେ ଗଲେ ଶ୍ରୀଜିଉଙ୍କୁ ମାତ୍ର ୫ରୁ ୧୦ ସେକେଣ୍ଡ ଦର୍ଶନ କରିହେବ

• ଗୁରୁଡ ସ୍ତମ୍ଭ ଦର୍ଶନ ହୋଇପାରିବ ନାହିଁ

• ବାଇଶି ପାହାଚର ପାଶ୍ୱ ଦେବଦେବୀଙ୍କୁ ଦର୍ଶନ କରିହେବ ନାହିଁ

• ମହାପ୍ରସାଦ ଆଣିବା ପାଇଁ ଅଧିକ ସମୟ ଲାଗିବ

• ବାଇଶି ପାହାଚରେ ଭକ୍ତ ବସିପାରିବେ ନାହିଁ

• ପତିତପାବନ ବାନା ବାନ୍ଧିବା ବେଳେ ଭକ୍ତ ଦେଖିପାରିବେ ନାହିଁ