କେନ୍ଦୁଝର : କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ କଲେ ଦଳୀୟ କର୍ମୀ

25

କନକ ବ୍ୟୁରୋ : କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ ଘଟଣାର ପ୍ରତିବାଦ କରିଛି ଦଳ । କେନ୍ଦୁଝର ଜିଲ୍ଲା କଂଗ୍ରେସ ପକ୍ଷରୁ ୨୧୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ଧାରଣାରେ ବସିଥିଲେ ଦଳୀୟ କର୍ମୀ । ଫଳରେ କେନ୍ଦୁଝର ଓ ପାଣିକୋଇଲି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା । ରବିବାର ଦିନ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବରାଙ୍ଗ ଗାଁରେ ବିଜେଡି ସମର୍ଥକଙ୍କ ଆକ୍ରମଣରେ ଜଣେ କଂଗ୍ରେସ କର୍ମୀ ଆହତ ହୋଇଥିଲେ ।

ଘଟଣାକୁ ନେଇ ଥାନାକୁ ଏତଲା ଦେବାକୁ ଯାଇଥିବା ବେଳେ ଥାନା ସମ୍ମୁଖରେ କଂଗ୍ରେସ କର୍ମୀଙ୍କୁ ବିଜେଡି ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତୁରନ୍ତ ଅଭିଯୁକ୍ତଙ୍କ ଗିରଫ ଦାବି କରି ରାସ୍ତାରୋକ କରିଥିଲେ କଂଗ୍ରେସ କର୍ମୀ । ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ପୋଲିସ ପ୍ରଶାସନଠାରୁ କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା ।