ନେତା ଲଗାଉଛନ୍ତି କଲେଜରେ ନିଆଁ !

35

କନକ ବ୍ୟୁରୋ : ଆସନ୍ତା ୨୩ ତାରିଖରେ ସାରା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେବ । ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ନିର୍ବାଚନ ନେଇ ଏବେ ସବୁ କ୍ୟାମ୍ପସ ଚଳଚଂଚଳ ହୋଇପଡିଛି । ସେପଟେ ବିଭିିନ୍ନ କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି ।

ବିଜେବି କଲେଜ :

vlcsnap-2017-09-15-19h42m23s438ବିଜେବି କଲେଜରେ ବୋମାମାଡ ହୋଇଥିବା ବେଳେ ବାଣୀବିହାରରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଗୁରୁବାର ରାତିରେ ଲେଡିଜ୍ ହଷ୍ଟେଲ ସାମନାରେ ଲାଗ ଲାଗ ବୋମା ମାଡ ପରେ କଲେଜ ପରିସରରେ ଉତ୍ତେଜନା । ଭୟରେ ହଷ୍ଟେଲ ଛାଡି ସୁରକ୍ଷା ଦାବି କରି ବାହାରେ ବସି ରହିଲେ ଛାତ୍ରୀ । ଶୁକ୍ରବାର ମଧ୍ୟ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଜଣକର ମୁଣ୍ଡ ଫାଟିଯାଇଛି ।

ମହର୍ଷି କଲେଜ, ଭୁବନେଶ୍ୱର :
ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପରେ କଲେଜ କ୍ୟାମ୍ପସରେ ଫୁଟିଥିଲା ବୋମା । ବୋମା ମାଡ଼ ପରେ ଭୟଭୀତ ହୋଇ ପଡିଥିଲେ ଛାତ୍ର ଛାତ୍ରୀ । ଦୁଇଟି ବୋମା ଫିଙ୍ଗା ଯାଇଥିବା ବେଳେ ଗୋଟିଏ ବୋମା ଫୁଟିନଥିଲା । ଆଗକୁ ପରିସ୍ଥିତି ଆହୁରି ସଂଗୀନ ହେବା ଆଶଙ୍କା କରାଯାଉଛି ।

ଉକ୍ରଳ ୟୁନିଭରସିଟି :
ବିଜୁ ଛାତ୍ର ଜନତା ଦଳ ସଭାପତି ପ୍ରାର୍ଥୀଙ୍କୁ ମାଡ ଅଭିଯୋଗ ପରେ କ୍ୟାମ୍ପସରେ ଉତେଜନା । ସେହିପରି ଏବିଭିପି ସମର୍ଥିତ ପ୍ରାର୍ଥୀଙ୍କ ପ୍ରଚାର ବେଳେ ଜଣେ ଛାତ୍ରୀଙ୍କ ଉପରେ ଅଣଛାତ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଶନିବାର ଦିନ ପ୍ରାର୍ଥୀପତ୍ର ଦାଖଲ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ୨୨ ତାରିଖରେ ହ୍ୱାଇ ଆଇ ଷ୍ଟାଣ୍ଡ ଫର ମିଟିଙ୍ଗ ବସିବ । ୨୩ ତାରିଖରେ ନିର୍ବାଚନ ହେବ ଏବଂ ଫଳାଫଳ ପ୍ରକାଶ ପାଇବ । ଶୁକ୍ରବାର ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହଠାତ ରାଜ୍ୟର ଯୁକ୍ତ ୩ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକ ସରଗରମ ହୋଇଉଠିଛି । କାରଣ କଲେଜ ନିର୍ବାଚନ ଏବେ ରାଜନୈତିକ ଦଳଗୁଡିକର ପ୍ରୟୋଗଶାଳା ପାଲଟିଛି ।

ମଟନ୍ ଖାଅ ଭୋଟ ଦିଅ :

vlcsnap-2017-09-15-19h37m54s992ଛାତ୍ର ସଂସଦ ନିର୍ବାଚନକୁ ଆଖିରେ ରଖି ବିଭିିନ୍ନ ରାଜନୈତିକ ଦଳର ଛାତ୍ର ସଂଗଠନ ସବୁ ସମର୍ଥନ ଯୋଗାଡ ପାଇଁ ଭିନ୍ନ ଭିନ୍ନ କୌଶଳ ଆପଣେଇଛନ୍ତି । କ୍ୟାମ୍ପସରେ ଖୋଲିଛି ମର୍ଟନ, ଚିକେନ୍, ବିରିୟାନୀର ପସରା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ । ନିର୍ବାଚନରେ ନିଜ ସପକ୍ଷରେ ଭୋଟ ହାତେଇବାକୁ ପ୍ରାର୍ଥୀମାନଙ୍କ ଏହି ଆୟୋଜନ ।

ସାଧାରଣ ନିର୍ବାଚନରେ ଯେପରି ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ନେତାମାନେ ଉଦ୍ୟମ କରିଥାନ୍ତି, ସେହିଭଳି ଉଦ୍ୟମ କରୁଛନ୍ତି ଛାତ୍ର ସଂସଦ ପ୍ରାର୍ଥୀ । କିଏ ହୋଟେଲ ନେଇ ସାଙ୍ଗ ସାଥୀମାନଙ୍କୁ ଖୁଆଉଛନ୍ତି ତ କିଏ କଲେଜ ଭିତରେ ଖାଦ୍ୟ ପସରା ଖୋଲି ଦେଉଛନ୍ତି ।

ପୋଷ୍ଟର, ବ୍ୟାନର, କଟ ଆଉଟରେ ଛାଇ ଯାଇଛି କ୍ୟାମ୍ପସ । ଭୋଟରଙ୍କୁ ନିଜ ସପକ୍ଷକୁ ନେବାକୁ ପାଣି ଭଳି ଖର୍ଚ୍ଚ ହେଉଛି ଟଙ୍କା । ଲିଙ୍ଗଡୋ କମସନଙ୍କ କଟକଣାକୁ ପରୱା ନାହିଁ ଛାତ୍ରନେତାଙ୍କର । ଶନିବାର ନାମାଙ୍କନ ପତ୍ର ଦାଖଲ ହେବା ପରେ ଆହୁରି ସରଗରମ ହୋଇପଡିବ କଲେଜ ଓ ୟୁନିଭରସିଟିର କ୍ୟାମ୍ପସ୍ ।