ଫଳାଫଳ ପୂର୍ବରୁ ପଲିଟିକ୍ସ । ଏକଜିଟ୍ ପୋଲ୍ ରିପୋର୍ଟ ବଢାଇଛି ରାଜନୀତି ପାରଦ, ଚାଲିଛି ଆସନ ଆକଳନ ।

130

କନକ ବ୍ୟୁରୋ : ଗତ ୧୯ ତାରିଖରେ ସପ୍ତମ ପର୍ଯ୍ୟାୟ ଭୋଟିଂ ସହ ଶେଷ ହୋଇଛି ସାରା ଦେଶରେ ନିର୍ବାଚନ । ଏହା ପରଠାରୁ କିଏ କେତେ ଆସନ ପାଇବ ତାକୁ ନେଇ ଆକଳନ ଚାଲିଛି । ବିଶେଷ କରି ଗଣମାଧ୍ୟମ ସଂସ୍ଥାଗୁଡିକ ବୁଥ ବାହୁଡା ମତ ପ୍ରକାଶ କରିଛନ୍ତି । ଚଳିତଥର ପ୍ରାୟ ସମସ୍ତ ଏକଜିଟ୍ ପୋଲ ସର୍ଭେ ବିଜେପି ଏବଂ ଏନଡିଏକୁ ଅଧିକ ଆସନ ଦେଇଛନ୍ତି । ଅର୍ଥାତ୍ ମୋଦିଙ୍କ ନେତୃତ୍ୱରେ ବିଜେପି ପୁଣି କେନ୍ଦ୍ରରେ ସରକାର ଗଢିବାକୁ ଯାଉଥିବା ଏକଜିଟ୍ ପୋଲ ପୂର୍ବନୁମାନ କହୁଛି । ଏକଜିଟ୍ ପୋଲ ସର୍ଭେ ସାମ୍ନାକୁ ଆସିବା ପରଠାରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି । ଯାହାକୁ ଯାହା ସୁହାଉଛି ସିଏ ତା ଉପରେ ଗୁରୁତ୍ୱ ଦେଇ କହୁଛି । ତେବେ ଭୋଟ୍ ଦେଇଥିବା ବ୍ୟକ୍ତିମାନେ ଯଦି ସର୍ଭେ କରୁଥିବା ସଂସ୍ଥାଙ୍କୁ ଠିକ୍ ସୂଚନା ଦେଇଥାନ୍ତି, ତାହାହେଲେ ଏକଜିଟ୍ ପୋଲ ଆକଳନ ଗଣତି ଫଳାଫଳ ସହ ସମାନ ହେବାର ସମ୍ଭାବନା ଅଧିକ । ଆସନ୍ତୁ ନଜର ପକାଇବା ଏକଜିଟ୍ ପୋଲ ରିପୋର୍ଟ ପରେ କ’ଣ କହୁଛନ୍ତି ନେତା ।

ମମତା ବାନାର୍ଜୀ :
ଏକଜିଟ୍ ପୋଲ ନାଁରେ ଇଭିଏମରେ ହେରଫେର କରିବାକୁ ପ୍ରୟାସ ଚାଲିଛି
ଏକାଠି ହୋଇ ଲଢେଇ କରିବାକୁ ବିରୋଧୀ ଦଳଙ୍କୁ ମମତାଙ୍କ ଆହ୍ୱାନ

ଚନ୍ଦ୍ରବାବୁ ନାଇଡୁ :
ଲୋକଙ୍କ ନାଡି ଚିହ୍ନିବାରେ ପୁଣିଥରେ ଏକଜିଟ୍ ଫୋଲ ଫେଲ ମାରିଛି
ପ୍ରକୃତ ସତ୍ୟଠାରୁ ଏକଜିଟ୍ ପୋଲ ବହୁ ଦୂରରେ ଥିବାର ଅନେକ ପ୍ରମାଣ ଅଛି

ଶଶୀ ଥରୁର :
ଏକଜିଟ୍ ପୋଲକୁ ନେଇ ଅଷ୍ଟ୍ରେଲିୟାର ଉଦାହରଣ ଦେଲେ ଶଶୀ ଥରୁର
ଗତ ସପ୍ତାହରେ ଅଷ୍ଟ୍ରେଲିୟାର ୬୫ଟି ଭିନ୍ନଭିନ୍ନ ଏକଜିଟ୍ ପୋଲ ଭୁଲ ହୋଇଛି

ଯୋଗେନ୍ଦ୍ର ଯାଦବ :
ବିଜେପିକୁ ରୋକିବାରେ ବିଫଳ ହେଲେ କଂଗ୍ରେସ ମରିଯିବା ଉଚିତ୍
ଏକ ବିକଳ୍ପ ଗଠନ କରିବାରେ ଏହି ଦଳ ସବୁଠାରୁ ବଡ ବାଧକ ହୋଇଛି

ଓମାର ଅବଦୁଲ୍ଲା :
ଏକଜିଟ୍ ପୋଲ ସର୍ଭେକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଓମାର ଅବଦୁଲ୍ଲା
ଟିଭି ବନ୍ଦ କରିବା ସହ ସୋସିଆଲ ମିଡିଆରୁ ଦୂରେଇ ରହିବା ଉଚିତ୍
୨୩ ତାରିଖରେ ଦେଖିବା କଥା ଯେ, ପୃଥିବୀ ତାର ଗତିପଥରେ ହିଁ ବୁଲୁଛି

ପନିରାୟୀ ବିଜୟନ୍ :
ଏକଜିଟ୍ ପୋଲକୁ ନେଇ ବିଜୟ, ପରାଜୟ ଆକଳନ କରିବା ଅନୁଚିତ୍
କେରଳରେ ସାବରିମାଲା ପ୍ରସଙ୍ଗର କୌଣସି ପ୍ରଭାବ ପଡିନଥିବା ବିଜୟନ୍ କହିଛନ୍ତି

ଏଚ୍ଡି କୁମାରସ୍ୱାମୀ :
ସରକାରୀ ଦଳ ଇଭିଏମରେ ହେରଫେର କରିବାର ଯଥେଷ୍ଟ ସମ୍ଭାବନା ରହିଛି
ବିକଶିତ ରାଷ୍ଟ୍ରଗୁଡିକ ମଧ୍ୟ ପେପର ବାଲଟରେ ଭୋଟ୍ ଦେଉଛନ୍ତି

ଏମକେ ଷ୍ଟାଲିନ୍ :
ମିଡିଆ ଦ୍ୱାରା କରାଯାଇଥିବା ଏକଜିଟ୍ ପୋଲକୁ ବିଶ୍ୱାସ କରୁନଥିବା କହିଛନ୍ତି ଷ୍ଟାଲିନ୍
କରୁଣାନିଧି କହିଥିଲେ ଯେ, ଲୋକଙ୍କ ମତ ହିଁ ଦଳ ଦ୍ୱାରା ସବୁବେଳେ ଗ୍ରହଣୀୟ ହେବ ।

୨୦୧୯ ନିର୍ବାଚନ ଯୁଦ୍ଧର ଫଳାଫଳ ଆସନ୍ତାକାଲି ଆସିବ । ଆଉ ରେଜଲ୍ଟ ପୂର୍ବରୁ ଏକଜିଟ୍ ପୋଲର ଆକଳନ କହୁଛି, ଦେଶରେ ଏନଡିଏ ସରକାର ଗଢିବ । ଯଦି ଏକଜିଟ୍ ପୋଲର ଆକଳନକୁ ବିଶ୍ୱସକୁ ନିଆଯାଏ, ତେବେ ଦେଶରେ ପୁଣି ଥରେ ମୋଦି ମ୍ୟାଜିକ୍ କାମ କରିଥିବା ସ୍ପଷ୍ଟ ହୋଇଯିବ । ତେବେ ଫଳାଫଳ ନେଇ ଆରମ୍ଭ ହୋଇଯାଇଛି ନେତାଙ୍କ ବୟାନବାଜି । ଏକଜିଟ୍ ପୋଲର ଆକଳନ ଆଉ ନେତାଙ୍କ ଦମ୍ଭୋକ୍ତି ଭିତରେ ଅପେକ୍ଷା ଆସନ୍ତାକାଲିକୁ । ଯେତେବେଳେ ସ୍ପଷ୍ଟ ହୋଇଯିବ, ଜନମତ କାହା ସପକ୍ଷରେ ରହିଛି ।