ଘୋଡ଼ା ବେପାର ପ୍ରୟାସ କରୁଛି କି ବିଜେପି ? ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କହିଲେ, ଟଙ୍କା ଓ ପଦବୀ ଲୋଭୀ ନୁହଁନ୍ତ କଂଗ୍ରେସ ବିଧାୟକ, ସଫଳ ହେବନି ବିଜେପିର ଷଡ଼ଯନ୍ତ୍ର

158

କନକ ବ୍ୟୁରୋ : ଘୋଡ଼ା ବେପାର ପାଇଁ ଅଯଥା ପ୍ରୟାସ କରୁଛି ବିଜେପି । ହେଲେ ବିଜେପିର ଷଡ଼ଯନ୍ତ୍ର ସଫଳ ହେବନି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ବିଜେପି ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି । କମଲନାଥ ସରକାରକୁ ଭାଙ୍ଗିବା ପାଇଁ ବିଜେପି ଘୋଡ଼ା ବେପାର ପ୍ରୟାସ କରୁଛି ବୋଲି କମଳନାଥ ଅଭିଯୋଗ କରିଛନ୍ତି । ପ୍ରାୟ ୧୦ ଜଣ କଂଗ୍ରେସ ବିଧାୟକଙ୍କୁ ଟଙ୍କା ଏବଂ ପଦବୀର ଲୋଭ ଦେଖାଯାଉଛି । ୧୦ ଜଣ ବିଧାୟକଙ୍କୁ ଏନେଇ ଫୋନ୍ କଲ୍ ଆସିଥିଲା ଏବଂ ସେମାନେ ଏ ସଂପର୍କରେ ତାଙ୍କୁ ଜଣାଇଥିବା କମଳନାଥ କହିଛନ୍ତି । କଂଗ୍ରେସ ବିଧାୟକଙ୍କୁ କୋଟି କୋଟି ଟଙ୍କାର ଲୋଭ ଦେଖାଇ କିଣିବାକୁ ଅପଚେଷ୍ଟା କରୁଛି ବିଜେପି ।

ଲୋକସଭା ନିର୍ବାଚନର ଏକଜିଟ୍ ପୋଲରେ ବିଜେପିକୁ ବହୁମତ ମିଳିବା ଅନୁମାନ ହେଲାପରେ ମଧ୍ୟପ୍ରଦେଶରେ ରାଜନୀତି ସରଗରମ ରହିଛି । ୨୦୧୮ରେ ବିଧାନସଭା ନିର୍ବାଚନରେ ମାତ୍ର କେତୋଟି ସଟ୍ ପାଇଁ ସରକାର ଗଢ଼ିବାରୁ ବଂଚିତ ହୋଇଥିଲା ବିଜେପି ୋହଲେ ସାଧାରଣ ନିର୍ବାଚନରେ ସବୁ ବଳ ଖଟାଇ ଦେଇଛି ଗେରୁଆ ଦଳ । ରାଜ୍ୟରେ ନୂଆ ସମୀକରଣର ଆସିପାରେ ବୋଲି ସମ୍ଭାବନା ଦେଖାଦେଇଛି । ଏକଜିଟ୍ ପୋଲରେ ଉତ୍ସାହିତ ବିଜେପି ଗୋଟିଏ ପଟେ ଫ୍ଲୋର ଟେଷ୍ଟ ପାଇଁ ଦାବି କରିଥିବା ବେଳେ କଂଗ୍ରେସ ବିଧାୟକଙ୍କୁ ବିଜେପି କିଣିବା ପାଇଁ ଚେଷ୍ଟା କରୁଛି କହି ଘୋଡ଼ା ବେପାରର ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ ।

ଏକ ସକ୍ଷାତକାରରେ କମଲନାଥ କହିଛନ୍ତି କଂଗ୍ରେସ ଜଣେ ବିଧାୟକ ପିଛା ୧୦ରୁ ୨୫ କୋଟି ଟଙ୍କାର ଲୋଭ ଦେଖାଇଛି ବିଜେପି । ବିଧାୟକଙ୍କର ସହ ହୋଇଥିବା ଏକ ବୈଠକରେ ଏକଥା ଜଣାପଡ଼ିଛି । ବୈଠକରେ ପ୍ରାୟ ୧୦ ଜଣ ବିଧାୟକ କହିଛନ୍ତି ତାଙ୍କ ପାଖକୁ ବିଜେପି ପକ୍ଷରୁ ଏପରି କଲ ଆସିଛି । ଏହାସହ ବିଧାୟକଙ୍କୁ ମନ୍ତ୍ରୀପଦର ଲୋଭ ଦେଖାଇ ମଧ୍ୟ କିଣିବା ପାଇଁ ଚେଷ୍ଟା କରାଯାଉଛି ।

ତେବେ କଂଗ୍ରେସ ବିଧାୟକ ଦଳ ପ୍ରତି ଅତି ବିଶ୍ୱସ୍ତ । ଟଙ୍କା ଓ ପଦପଦବୀ ମୋହରେ ସେମାନେ ବିକ୍ରି ହେବା ନାହିଁ ବୋଲି ଦୃଢ଼ୋକ୍ତି କରିଛନ୍ତି । ଦଳ ଛାଡ଼ି ଦଳକୁ ଧୋକାଦେଇ କେହି ବିଜେପି ଯିବବେନି । ସୂଚନାଯୋଗ୍ୟ କଂଗ୍ରେସ ମଧ୍ୟପ୍ରଦେଶରେ ୧୫ ବର୍ଷ ପରେ ଶାସନକୁ ଫେରିଛି କଂଗ୍ରେସ । ଆଉ ଲୋକସଭା ନିର୍ବାଚନରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ।