ସୁନ୍ଦରଗଡ ଜିଲ୍ଲା ବଣାଇ ମହୁଲପଦ ଜଙ୍ଗଲରେ ମାଓବାଦୀ-ପୋଲିସ ଗୁଳି ବିନିମୟ ! କମ୍ବିଂ ବେଳେ ଖସିଗଲା ମାଓ କମାଣ୍ଡର ଅନମୋଲ, ବିପୁଳ ବିସ୍ଫୋରକ ଜବତ

8

କନକ ବ୍ୟୁରୋ: ପୋଲିସ-ମାଓବାଦୀ ଗୁଳି ବିନିମୟ । ଚକମା ଦେଇ ଖସିଗଲା ମାଓ କମାଣ୍ଡର । ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ଲୁଙ୍ଗା ପାହାଡରେ ମୁହାଁମୁହିଁ ହୋଇଛନ୍ତି ପୋଲିସ-ମାଓବାଦୀ । ଉଭୟ ପକ୍ଷରୁ ଜୋରଦାର ଗୁଳିବିନିମୟ ହୋଇଛି ।

ତେବେ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ମାଓ କମାଣ୍ଡର ଅନମୋଲ ଫେରାର ହେବାରେ ସକ୍ଷମ ହୋଇଛି । ତେବେ ଜଣେ ମାଓବାଦୀକୁ ଗୁଳି ବାଜିଥିବା ସୂଚନା ମିଳିଛି । ଗତକାଲି ରାତି ୮ଟାରୁ ଆରମ୍ଭ ହୋଇଥିବା କମ୍ବିଂ ଅପରେସନ୍ ବେଳେ ମାଓବାଦୀଙ୍କ ସହ ଗୁଳିବିନିମୟ ହୋଇଛି ।

ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଏହି ସର୍ଚ୍ଚ ଅପରେସନରେ ଶତାଧିକ ଯବାନ ସାମିଲ ହୋଇଛନ୍ତି ।

Comments are closed.