ଯଦି ଆପଣ ଏକ ଦମଦାର ମାଇଲେଜ ବାଲା ବାଇକ୍ କିଣିବାକୁ ଚାହୁଁଛନ୍ତି ଆଉ ଗାଡି କିଣିବାକୁ ଆପଣଙ୍କ ନିକଟରେ ଟଙ୍କାର ଘୋର ଅଭାବ ରହିଛି ତେବେ ଏଥିପାଇଁ ଆପଣଙ୍କ ପାଇଁ ଏକ ଦମଦାର ବିକଳ୍ପ ରହିଛି । ଏହି ଅଫରରେ ଆପଣଙ୍କ ପକେଟରୁ ପ୍ରତିଦିନ ଖର୍ଚ୍ଚ ହେବ ମାତ୍ର ୩୪ ଟଙ୍କା ଆଉ ବଜାଜର ସିଟି-୧୦୦ ବାଇକ ଆସି ଆପଣଙ୍କ ଘର ଅଗଣାରେ । ତେବେ ଏହି ବାଇକର ବାସ୍ତବିକ ମୂଲ୍ୟ ରହିଛି ୫୩,୭୪୧ ଟଙ୍କା । ସେହିପରି ବଜାଜ ସିଟି ୧୦୦ବିର ଏକ୍ସ ଶୋରୁମ ଦାମ ୩୩, ୨୧୬ ଟଙ୍କା ରହିଛି । ଏହି ବାଇକ ଉପରେ ଆପଣଙ୍କୁ ଆରଟିଓରେ ୧,୩୨୮ ଟଙ୍କା ଦେବାକୁ ପଡିବ । ସେହିପରି ଇନସ୍ୟୁରାନ୍ସ ବାବଦକୁ ଆପଣଙ୍କୁ ୧,୧୯୭ ଟଙ୍କା ଦେବାକୁ ପଡିବ । ଅର୍ଥାତ୍ ଏହି ବାଇକ ଆପଣଙ୍କୁ ମାତ୍ର ୩୫, ୭୪୧ଟଙ୍କାରେ ମିଳିଯିବ ।

Advertisment

ବଜାଜ ସିଟି୧୦୦ବିକୁ ଯଦି ଆପଣ ମାସିକିଆ ଇଏମଆଇ ଉପରେ କିଣିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ପ୍ରତିମାସ ୯୩୭ ଟଙ୍କା ଦେବାକୁ ପଡିବ । କଂପାନୀର ଦାବି ରହିଛି କି, ଏହି ବାଇକ ୧ ଲିଟର ପେଟ୍ରୋଲରେ ପାଖପାଖି ୯୦ କିଲୋମିଟର ମାଇଲେଜ ନେଇଥାଏ । ସେହିପରି ବଜାଜ CT100 KS Alloy  ର ବାସ୍ତବିକ ଦାମ ରହିଛି ୪୨,୫୨୩ ଟଙ୍କା । ଏହି ବାଇକଟିକୁ ଆପଣ ମାତ୍ର ୧,୦୨୨ଟଙ୍କା ମାସିକିଆ ଇନଷ୍ଟଲମେଂଟରେ କିଣିପାରିବେ ।

ବଜାଜର ଏହି ମୋଟରବାଇକ ତିନୋଟି ରଙ୍ଗରେ ଉପଲବ୍ଧ । ଏହି ବାଇକରେ ୯୯.୨୭ସିସିର ଇଂଜିନ ବ୍ୟବହୃତ ହୋଇଛି । ସିଟି୧୦୦ବିକୁ କିଣିବା ପାଇଁ ଆପଣଙ୍କୁ ପ୍ରତିମାସ ୯୩୭ ଟଙ୍କା ତିନି ବର୍ଷ ପର୍ଯ୍ୟନ୍ତ ଦେବାକୁ ପଡିବ । ଏହାଛଡା, ଆପଣଙ୍କୁ ୭,୧୦୦ଟଙ୍କାର ଡାଉନ ପେମେଂଟ ମଧ୍ୟ କରିବାକୁ ହେବ । ଏହି ମୋଟରବାଇକରେ ୪ ସ୍ପିଡ ଟ୍ରାନ୍ସମିସନ ସିଷ୍ଟମ ରହିଛି । ଏହି ବାଇକର ଇଂଜିନ ୮.୧ବିଏଚପିର ପାୱାର ଜେନରେଟ କରିଥାଏ । ବଜାଜର ଏହି ଶାନଦାର ବାଇକରେ ୧୧୦ ଏମଏମର ଡୁଆଲ ଡିସ ବ୍ରେକ୍ ବ୍ୟବସ୍ଥା ରହିଛି । ଯାହାକି ଏହି ବାଇକକୁ ଉଭୟ ପ୍ରଂଟ ଏବଂ ବ୍ୟାକ ଦିଗରୁ କଂଟ୍ରୋଲ କରିଥାଏ । ସେହିପରି ଏହି ମୋଟରବାଇକର ସସ୍ପେନସନ ସିଷ୍ଟମ ମଧ୍ୟ ବହୁତ ବଢିଆ ।