ଏକ ଅଦ୍ଭୁତ ଗାଁ, ଯେଉଁଠି ବିଶ୍ରାମ କରନ୍ତି ଭାରତରେ ଓ ଭୋଜନ କରନ୍ତି ଅନ୍ୟ ଦେଶରେ

72

ଆଜିକାଲିର ସମୟରେ ମନୁଷ୍ୟ ନିଜକୁ ସୀମାରେଖା ମଧ୍ୟରେ ବାଣ୍ଟି ନେଇଛି । ପରସ୍ପର ବିନା ଅନୁମତିରେ ସୀମା ପାର କରି ଅନ୍ୟ ଏକ ଦେଶକୁ ଯିବା ଆସିବା କରିପାରିବେନି । କିନ୍ତୁ ଏହା ମଧ୍ୟରେ ଏମିତି ଏକ ଗାଁ ଅଛି, ଯାହାଙ୍କ ପାଇଁ ସୀମା ତାତ୍ପର୍ଯ୍ୟ ରଖେନି । ଏହି ଗ୍ରାମ ଭାରତର ପୂର୍ବ ସୀମା ସ୍ଥିତ ନାଗାଲାଣ୍ଡ ରାଜ୍ୟର ମୋନ ଜିଲ୍ଲାରେ ଅଛି । ବିଶେଷ କଥା ଏହା ଯେ ଏହି ଗ୍ରାମର ଲୋକଙ୍କ ପାଖରେ ଦୁଇଟି ଦେଶର ନାଗରିକତା ଅଛି । ଏହି ଗାଁର ଲୋକଙ୍କ ପାଖରେ ଭାରତ ଓ ମିଆଁମାର ଦୁଇଟି ଦେଶର ନାଗରିକତା ଅଛି । ଏହି ଗାଁର ନାମ ହେଉଛି ଲୋଂଗୱା ଓ ଏମିତି ଆଶ୍ଚର୍ଯ୍ୟଜନକ ଅବସ୍ଥିତି ପାଇଁ ଏହି ଗାଁ ଚର୍ଚ୍ଚାରେ ରହିଛି ।

ଏହି ଗାଁ ସଂପର୍କିତ ଏକ ରୋଚକ ତଥ୍ୟ ହେଉଛି ଯେ ଏହି ଗାଁ ଅର୍ନ୍ତରାଷ୍ଟ୍ରୀୟ ସୀମାରେଖାରେ ଅଧା ଭାରତ ଓ ଅଧା ମିଆଁମାରରେ ଅବସ୍ଥିତ । ଏମିତିରେ ଏହି ଗାଁର ଲୋକେ ଆରାମରେ ଭାରତ ଓ ମିଆଁମାର ଦୁଇଟି ଦେଶକୁ ଯିବା ଆସିବା କରିପାରନ୍ତି । ଏଠାରେ ଘର ଗୁଡିକ ଏମିତି ହିସାବରେ ତିଆରି ହୋଇଛି ଯେ ଲୋକଙ୍କ ଖାଦ୍ୟ ମିଆଁମାରରେ ପ୍ରସ୍ତୁତ ହୁଏ, କିନ୍ତୁ ତାଙ୍କୁ ଆରାମ କରିବା ପାଇଁ ଭାରତକୁ ଯିବାକୁ ପଡେ । ଏହି ଜିନିଷ ଗାଁକୁ ଭିନ୍ନ ଓ ଅନନ୍ୟ ବନାଏ । ଆହୁରି ଏକ ଆଶ୍ଚର୍ଯ୍ୟଜନକ କଥା ଏହା ଯେ, ଏହି ଗାଁର ମୁଖିଆଙ୍କ ପୁଅ ମିଆଁମାରର ସେନାରେ ସୈନିକ ଅଛନ୍ତି । ତଥାପି ବି ଏହି ଗାଁରେ ଦେଶକୁ ନେଇ କୈାଣସି ସଂଘର୍ଷ ଓ ଚିନ୍ତା ଦେଖିବାକୁ ମିଳେନି । ଏହି ଗାଁର ଲୋକେ ବହୁତ ଶାଳୀନ ଓ ଉଭୟ ଦେଶକୁ ପ୍ରେମ କରନ୍ତି । ଏହି ଗାଁ ସମଗ୍ର ଦୁନିଆକୁ ଶାନ୍ତିର ବାର୍ତ୍ତା ଦେବାରେ ଏକ ଉଦାହରଣ ସାଜିଛି ।