ପୋଲାଭରମ୍ ପ୍ରକଳ୍ପ ପ୍ରତିବାଦରେ ଆଜି ବିଜେଡିର ହରତାଳ : ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାରେ ପ୍ରତିବାଦ କରୁଛି ଦଳ

17

କନକ ବ୍ୟୁରୋ : ପୋଲାଭରମ୍ ପ୍ରକଳ୍ପ ପ୍ରତିବାଦରେ ଆଜି ବିଜେଡିର ହରତାଳ । ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାରେ ପ୍ରତିବାଦ କରୁଛି ଦଳ । ଆଜି କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ଗଜପତି, ଏବଂ ଗଂଜାମରେ ଏହି ହରତାଳ କରୁଛି ବିଜୁ ଜନତା ଦଳ । ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ରାଜ୍ୟର ବହୁ ଅଂଚଳ ପ୍ରଭାବିତ ହେବ ବୋଲି ଦଳ ଦାବି କରି ଆସୁଛି । ତେବେ ଏହି ଆନ୍ଦୋଳନରୁ ପରୀକ୍ଷା ଚାଲିଥିବା ସ୍କୁଲ କଲେଜକୁ ବାଦ ଦିଆଯିବ।