ପଂଚାୟତ ନୀତି ନିର୍ଦ୍ଧାରଣ କରିବେ ରାଜ୍ୟ ନିର୍ବାଚନ ଆୟୋଗ: ଆଜି ଜିଲ୍ଲାପାଳ ଓ ଏସ୍ପିଙ୍କ ସହ ହେବ ଆଲୋଚନା

15

କନକ ବ୍ୟୁରୋ : ପଂଚାୟନ ନିର୍ବାଚନ ରଣନୀତି ନେଇ ଆଜି ବସୁଛି ବୈଠକ । ଏଥିରେ ରାଜ୍ୟର ୩୦ ଟି ଜିଲ୍ଲାର ଜିଲ୍ଲାପାଳ , ଏସ୍ପି ଏବଂ ବରିଷ୍ଠ ଅଧିକାରୀ ସାମିଲ ହେବେ । ସକାଳ ପ୍ରାୟ ସାଢେ ୧୦ଟାରେ ସଚିବାଳୟରେ ଏହି ବୈଠକ ବସିବ । ବିଶେଷ କରି ବୈଠକରେ ନିର୍ବାଚନ ପରିଚାଳନା ଏବଂ ଆଇନଶୃଙ୍ଖଳା ନେଇ ଆଲୋଚନା ହେବ । ଏଥିସହ କେଉଁ କେଉଁ ବୁଥ୍ ସମ୍ବେଦନଶୀଳ ଓ କେଉଁଟି ଅତି ସମ୍ବେଦନଶୀଳ ଏବଂ ମାଓବାଦୀ ଉପଦ୍ରୁତ ଅଂଚଳରେ କଣ ରଣକୌଶଳ ଅନୁସରଣ କରାଯିବ ସେନେଇ ମଧ୍ୟ ଆଲୋଚନା ହେବ ।

ଯଦିଓ କମିଶନ ୨୭ ତାରିଖ ଦିନ ନିର୍ବାଚନ ତାରିଖ ଘୋଷଣା କରିସାରିଛନ୍ତି ତେବେ ଜିଲ୍ଲାର କେଉଁ ଅଂଚଳରେ କେବେ ନିର୍ବାଚନ ଅନୁଷ୍ଠିତ ହେବ ସେନେଇ ବିଧିବଦ୍ଧ ଘୋଷଣା ହୋଇନାହିଁ । ଆଜିର ବୈଠକ ପରେ କମିଶନ ଏନେଇ ସୂଚନା ଦେଇପାରନ୍ତି । ବୈଠକରେ ଉନ୍ନୟନ କମିଶନର, ଗୃହ ସଚିବ, ପଂଚାୟତିରାଜ ସଚିବ, ପୁଲିସ ଡିଜି, ଗୁଇନ୍ଦା ନିର୍ଦେଶକ, ଆଇନଶୃଙ୍ଖଳା ଏଡିଜି ଓ ଆଇଜି ଉପସ୍ଥିତ ରହିବେ ।